ନୂଆଁଖାଇ ଅବସରରେ ମନ୍ତ୍ରୀ ଶ୍ରୀ ଯୋଗେନ୍ଦ୍ର ବେହେରାଙ୍କ ଶୁଭେଚ୍ଛା

Odishan-MAP-2କୃଷିଭିତ୍ତିକ ପର୍ବ ପବିତ୍ର ନୂଆଁଖାଇ ଅବସରରେ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ସାଧାରଣ ଅଭିଯୋଗ ଓ ପେନସନ୍ ପ୍ରଶାସନ ମନ୍ତ୍ରୀ ଶ୍ରୀ ଯୋଗେନ୍ଦ୍ର ବେହେରା ପଶ୍ଚିମ ଓଡିଶା ସମେତ ରାଜ୍ୟର ସମସ୍ତ ଭାଇଭଉଣୀ ଙ୍କୁ ନୂଆଁଖାଇ ଜୁହାର ଓ ହାର୍ଦ୍ଧିକ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ମା ସମଲେଶ୍ଵରୀ ,ପାଟଣେଶ୍ଵରୀ ,ସଉଁତେଇ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଅପାର କୃପାରୁ ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ,ଶାନ୍ତି ଓ ଐଶ୍ଵର୍ଯ୍ୟ ଭରିହେଉ । ହସ ଓ ଆନନ୍ଦର ବାତାବରଣ ମଧ୍ୟରେ ପାଳନ ହେଉଥିବା ପର୍ବରେ ଇଶ୍ଵର ସମସ୍ତଙ୍କୁ ଶୁଭାଶିଷ ପ୍ରଦାନ କରନ୍ତୁ ଓ ସମ୍ପ୍ରତିର ସ୍ନେହ ଡୋରରେ ବାନ୍ଧି ରଖନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ଯୋଗେନ୍ଦ୍ର ବେହେରା ଆଶାପ୍ରକାଶ କରିଛନ୍ତି ।

Share in top social networks!