କିଟ୍ ରେ ସମାଜ ବିଜ୍ଞାନ କଂଗ୍ରେସ ଆରମ୍ଭ

ବାଇଶ ବର୍ଷ ପରେ କିଟ୍ ବିଶ୍ଵ ବିଦ୍ୟାଳୟରେ ପୁଣି ଥରେ ଭାରତୀୟ ସମାଜ ବିଜ୍ଞାନ କଂଗ୍ରେସ ଆୟୋଜନ କରାଯାଇଛି | ଉଦ୍ଘାଟନୀ ଉଶ୍ଚବ ରେ ଜାମୁ ଓ କାଶ୍ମୀର ଅର୍ଥ ମନ୍ତ୍ରୀ ଡକ୍ଟର ମୋନୋହର ଲାଲ ଶର୍ମା ଯୋଗ ଦେଇଥିଲେ | ଚଳିତ ଅଧିବେଶନର ବିଷୟ ବସ୍ତୁ ରହିଛି ‘ସାଇନ୍ସ’ ଷୋସାଇଟି ଆଣ୍ଡ ପ୍ଲାନେଟ୍ ଆର୍ଥ’ | ଇଣ୍ଡିଆନ୍ ଏକାଡେମୀ ଅଫ୍ ସୋସିଆଲ୍ ସାଇନ୍ସ ର ସଭାପତି ପ୍ରଫେସର ସନ୍ତୋଷ କୁମାର କର ସମାଜ ବିଜ୍ଞାନ ଉପରେ ଅଧିକ ଗବେଷଣା କରିବା, ବୈଜ୍ଞାନିକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଭାବ ବିନିମୟ ଦିଗରେ ପ୍ରୋସ୍ଛାହନ ସୃଷ୍ଟି କରିବାକୁ କହିଥିଲେ |

DSC_0290କିଟ୍-କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଆଇଏଏସଏସର ସାଧାରଣ ସମ୍ପାଦକ ପ୍ରଫେସର ଏନ୍ ପି ଚୋବେ, ଜେଏନୟୁର ପ୍ରଫେସର ପ୍ରଭାତ ପଟ୍ଟନାୟକ, ଆଇଆଇଏସସି ର ପ୍ରଫେସର ପି ବଳରାମ, କିଟ୍ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ପି ପି ମାଥୁର, ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ପ୍ରଫେସର ଏମ୍ କେ ପାତ୍ର ସମେତ ପ୍ରଫେସର ମୋତିଲାଲ୍ ଦାଶ ଉପସ୍ଥିତ ଥିଲେ |

Share in top social networks!