ଓଡିଶା ସାମୁଦ୍ରିକ ବାଣିଜ୍ୟ ସଂଗ୍ରହାଳୟର ଦ୍ଵିତୀୟ ପରିଚାଳନା ବୋର୍ଡ ବୈଠକ

tn_22-8-2014=2ଓଡିଶା ସାମୁଦ୍ରିକ ବାଣିଜ୍ୟ ସଂଗ୍ରହାଳୟର ଦ୍ଵିତୀୟ ପରିଚାଳନା ବୋର୍ଡ ର ଦ୍ଵିତୀୟ ବୈଠକ ଆଜି ସଚିବାଳୟ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଗ୍ରହାଳୟର ବାର୍ଷିକ ଆୟବ୍ୟୟ ,ଦୈନନ୍ଦିନ କାର୍ଯ୍ୟ ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରୁ ଜଣାଯାଇଛି ଯେ ୨୦୧୩-୧୪ ଆର୍ଥିକ ବର୍ଷରେ ସଂଗ୍ରହାଳୟକୁ ୯୫,୦୦୦ ପରିଦର୍ଶକ ଆସିଥିବାବେଳେ ଆୟ ଏକକୋଟି ୩୨ଲକ୍ଷ ଟଙ୍କା ହୋଇଛି । ଏକବର୍ଷ ପ୍ରଥମ ଚାରିମାସରେ ଛତିଶହଜାର ପରିଦର୍ଶକ ଆସିଛନ୍ତି ଏବଂ ଆୟ ଏକକୋଟି ପଇଁତିରିଶ ଲକ୍ଷ ଟଙ୍କା ହେବାର ଅଟକଳ କରାଯାଇଛି । ସଂଗ୍ରହାଳୟର କର୍ପସ ପାଣ୍ଠି ବର୍ତ୍ତମାନ ୧୨କୋଟି ଟଙ୍କା ଥିବାବେଳେ ଏହାକୁ ୨୦କୋଟିକୁ ବୃଦ୍ଧି କରିବା ପାଇଁ ବୈଠକରେ ନିଷ୍ପତ୍ତି ରହଣ କରାଯାଇଛି । ଏହାବ୍ୟତୀତ ସେଠାରେ ଏକ ୧୬ସ୍ଥାନ ବିଶିଷ୍ଟ 5D Auditorium ନିର୍ମାଣକରାଯିବା ସହିତ ଓଡିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ସମ୍ପର୍କରେ ଏକ Documentary film ମଧ୍ୟ ନିର୍ମାଣ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା । ସଂଗ୍ରହାଳୟକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏହାର ବିଭିନ୍ନ ଟ୍ରାଭେଲ ଏଜେନ୍ସିକୁ ବିତରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ସାଂସଦ ଭର୍ତ୍ତୃହରି ମହତାବ ,ବିଧାୟକ ସର୍ବଶ୍ରୀ ଦେବାଶିଷ ସାମନ୍ତରାୟ,ପ୍ରଭାତ ବିଶ୍ଵାଳ,କଟକର ମେୟର ,ଉନ୍ନୟନ କମିଶନର ,ଜଳସଂପଦ ବିଭାଗର ପ୍ରମୁଖ ସଚିବ ,ପର୍ଯ୍ୟଟନ ଓ ସଂସ୍କୃତି ସଚିବ ଓ କେନ୍ଦ୍ରାଞ୍ଚଳ ଉନ୍ନୟନ କମିଶନର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME