ପୂର୍ବତନ ମନ୍ତ୍ରୀ ବ୍ରହ୍ମାନନ୍ଦ ବିଶ୍ଵାଳଙ୍କ ବିୟୋଗରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଶୋକ

untitledରାଜ୍ୟର ପୂର୍ବତନ ଆଇନ,ଜଙ୍ଗଲ ଓ ପଶୁପାଳନ ମନ୍ତ୍ରୀ ତଥା କାମାକ୍ଷାନଗରର ପୂର୍ବତନ ବିଧାୟକ ବ୍ରହ୍ମାନନ୍ଦ ବିଶ୍ଵାଳଙ୍କ ବିୟୋଗରେ ଜଙ୍ଗଲ,ଆଇନ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ, “ବ୍ରହ୍ମାନନ୍ଦ ବିଶ୍ଵାଳ ଥିଲେ ରାଜନୀତି କ୍ଷେତ୍ରରେ ଏକ ବ୍ୟତିକ୍ରମ , ଜନସାଧରଣଙ୍କ ଦରଦୀ ବନ୍ଧୁ ।ତାଙ୍କ ସରଳତା ,ନିଷ୍କପଟତା ସମସ୍ତଙ୍କୁ ଆପଣାର କରିଥିଲା ।କପଟତା ତାଙ୍କ ପାଖ ମାଡି ନଥିଲା । କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ବିଧାନସଭାକୁ ତିନିଥର ନିର୍ବାଚିତ ହେବା ତାଙ୍କ ଲୋକପ୍ରିୟତାର ଯଥାର୍ଥ ସ୍ଵୀକୃତୀ ଥିଲା । ରାଜ୍ୟ ଆଇନ,ଜଙ୍ଗଲ ଓ ପଶୁପାଳନ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । କାମାକ୍ଷାନଗରର ଉନ୍ନତି ପାଇଁ ସେ ବହୁ ଉଦ୍ୟମ କରିଥିଲେ । ଜଣେ ଅମାୟିକ,ସରଳ,ମିଷ୍ଟଭାଷୀ ଓ ବନ୍ଧୁବସ୍ତଳ ବ୍ୟକ୍ତି ଭାବେ ସେ ଦଳମତ ନିର୍ବିଶେଷରେ ସମସ୍ତଙ୍କ ପ୍ରିୟଭାଜନ ଥିଲେ । ତାଙ୍କର ବିୟୋଗ ସମଗ୍ର ରାଜ୍ୟ ଓ ବିଶେଷ କରି କାମାକ୍ଷାନଗର ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି । ମନ୍ତ୍ରୀ ଶ୍ରୀ ଆରୁଖ ତାଙ୍କ ଶୋକସନ୍ତପ୍ତ ଆତ୍ମୀୟସ୍ଵଜନ ଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Share in top social networks!