ଦୁଇଦିନିଆ ଜାତୀୟ କର୍ମଶାଳା ଉଦଘାଟିତ

52840ଆଜି ହୋଟେଲ ମେଫେୟାର ଠାରେ ‘ବିନିର୍ମାଣ ଏବଂ ବ୍ୟବସାୟିକ ସ୍ଥିତିର ଉନ୍ନତିକରଣ ନିମନ୍ତେ ସର୍ବୋତ୍ତମ ପ୍ରଥା’ ଶୀର୍ଷକ ଦୁଇଦିନ ଜାତୀୟ ସ୍ତରୀୟ କର୍ମଶାଳା କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ଶ୍ରୀମତୀ ନିର୍ମଳା ସିତାରମଣଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ,ରାଜ୍ୟ ଶିଳ୍ପ ଓ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର,ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଗୋକୁଳା ଚନ୍ଦ୍ର ପତି,ଶିଳ୍ପ ସଚିବ ଶ୍ରୀ ବିଶାଳ ଦେବ ଓଡିଶାରେ ଶିଳ୍ପର ପ୍ରଗତି ଓ ଭିତ୍ତିଭୂମି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ନୂଆଦିଲ୍ଲୀ ଓ ବିଭିନ୍ନ ରାଜ୍ୟରୁ ଆସିଥିବା ଶିଳ୍ପ ବିଶେଷଜ୍ଞମାନେ ସେମାନଙ୍କର ମତାମତ ପ୍ରକାଶ କରିଥିଲେ । ଏହି କାର୍ମଶାଳା ଶନିବାର ପର୍ଯ୍ୟନ୍ତ ଚାଲୁ ରହିବ । କେନ୍ଦ୍ର ଓ ରାଜ୍ୟସରକାରଙ୍କ ମିଳିତ ସହଯୋଗରେ ଏହି କର୍ମଶାଳା ଆୟୋଜିତ ହୋଇଛି ।

Share in top social networks!