ଭୁବନେଶ୍ଵରରେ ଆନ୍ତର୍ଜାତିକ ମାନର କନଭେନସନ ଓ ଟ୍ରେଡ ଜୋନ ନିର୍ମାଣ କରାଯିବ

52838
ଭୁବନେଶ୍ଵରରେ ଜନତା ମଇଦାନରେ ଏକ ଆନ୍ତର୍ଜାତିକ ମାନର କନଭେନସନ ଓ ଟ୍ରେଡ ଜୋନ ନିର୍ମାଣ କରାଯିବ । ଏହି ପ୍ରକଳ୍ପରେ ୩୮୧କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଅଢେଇବର୍ଷ ମଧ୍ୟରେ କାମ ସଂପୂର୍ଣ୍ଣ ହେବ । ଆଜି ସଚିବାଳୟଠାରେ ଏ ସଙ୍କ୍ରାନ୍ତୀୟ ଏକ presentation ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପ୍ରକଳ୍ପ ସଂପର୍କରେ ବିସ୍ତ୍ରୁତ ଅନୁଧ୍ୟାନ କରିଥିଲେ । IOCO ଏହି ପ୍ରକଳ୍ପ ପାଇଁ nodal agency ଭାବରେ କାର୍ଯ୍ୟ କରିବ । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ କରାଯିବ । ଏହି convention and trade zone ରେ ସାତହଜାର ଲୋକ ବସି ପାରିବା ଭଳି ଏକ Amphi theatre ରହିବ । ଏତଦବ୍ୟତୀତ ପ୍ରଦର୍ଶନୀ ଓ ସଭା ସମିତି ପାଇଁ ମଧ୍ୟ ବଡବଡ ହଲ ରହିବ । ଏଠାରେ ଥିବା ବିଭିନ୍ନ ହୋଟେଲ ମାନଙ୍କୁ ସୁବିଧାରେ ପ୍ରତିନିଧି ମାନଙ୍କୁ ଯାତାୟାତ ସୁବିଧା ଯୋଗାଇ ଦେବା ପାଇଁ sky bridge ମଧ୍ୟ ନିର୍ମାଣ କରାଯିବ ଏବଂ landscapins ଏବଂ ବୃକ୍ଷରୋପଣ ଉପରେ ମଧ୍ୟ ଗୁରୁତ୍ଵ ଦିଆଯିବ । ମୋଟ ୯ଏକର ଜମି ଉପରେ ଏହା ଗଢି ଉଠିବ । ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଠିକ ସମୟରେ ଶେଷ କରିବା ସହିତ ଏହାକୁ ଦେଶର ଏକ ichonic structure ଭାବରେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର,ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି,ଉନ୍ନୟନ କମିଶନର ଶ୍ରୀ ଆଦିତ୍ୟ ପାଢୀ,ପୂର୍ତ୍ତ ସଚିବ ପର୍ଯ୍ୟଟନ ଓ ସଂସ୍କୃତି ସଚିବ ଏବଂ ଶିଳ୍ପ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!