ଜୟପୁର ଅଞ୍ଚଳର ଚାଷୀମାନଙ୍କ ପାଇଁ ଗୋଟିଏ ୟୁରିଆ ସାର ୩ଦିନ ମଧ୍ୟରେ ଯୋଗାଇଦିଆଯିବ-ମନ୍ତ୍ରୀ ଶ୍ରୀ ମହାରଥୀ

untitled
ଆଜି ପୂର୍ବାହ୍ନରେ ପୂର୍ବତନ ମନ୍ତ୍ରୀ ତଥା ଜୟପୁରର ପୂର୍ବତନ ବିଧାୟକ ଶ୍ରୀ ରବିନାରାୟଣ ନନ୍ଦ କୃଡି,ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀଙ୍କୁ ତାଙ୍କ ସଚିବାଳୟସ୍ଥ ପ୍ରକୋଷ୍ଠରେ ସାକ୍ଷାତ କରି ଜୟପୁର ଅଞ୍ଚଳର ଚାଷୀମାନଙ୍କ ପାଇଁ ୟୁରିଆ ସାରର ଅଭାବ ରହିଛି ବୋଲି ପ୍ରକାଶ କରିଥିଲେ । ଜୟପୁର ଅଞ୍ଚଳର ଚାଷୀଭାଇମାନଙ୍କ ଅଭାବ ଅସୁବିଧା ଓ ସମସ୍ୟା ସମ୍ବନ୍ଧରେ ଶ୍ରୀ ରବି ରାରାୟଣ ନନ୍ଦଙ୍କ ଠାରୁ କୃଷିମନ୍ତ୍ରୀ ଶ୍ରୀ ମହାରଥୀ ପଚାରି ବୁଝିଥିଲେ । ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଏ ସମ୍ବନ୍ଧରେ ବିଶଦ ଆଲୋଚନା ହୋଇଥିଲା । ଶାରଦ ଧାନ ଫସଲର ଆଶାନୁରୂପ ଉତ୍ପାଦନ ପାଇଁ ୟୁରିଆ ସାର ନିତାନ୍ତ ଆବଶ୍ୟକ ହୋଇଥିବାରୁ ତୁରନ୍ତ ସାର ଯୋଗାଣ ଉପରେ ଶ୍ରୀ ନନ୍ଦ ଗୁରୁତ୍ଵ ଆରୋପ କରିଥିଲେ । ଏହି ଦାବୀକୁ ହୃଦାୟଙ୍ଗମ କରି କୃଷି ମନ୍ତ୍ରୀ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ କଥାବାର୍ତ୍ତା କରିଥିଲେ । ୩ଦିନ ମଧ୍ୟରେ ଗୋଟିଏ ରାକ ୟୁରିଆ ସାରଜୟପୁରରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଶ୍ରୀ ମହାରଥୀ ନିର୍ଦ୍ଦେଶ ଦେଇଥିଲେ । ପ୍ରକାଶ ଥାଉକି ପୂର୍ବତନ ବିଧାୟକ ଶ୍ରୀ ନନ୍ଦଙ୍କ ଅନୁରୋଧ କ୍ରମେ କୃଷୀମନ୍ତ୍ରୀଙ୍କ ନିର୍ଦେଶରେ ବହୁଳ ପରିମାଣରେ ୟୁରିଆ ସାର ଜୟପୁର ଅଞ୍ଚଳର ଚାଷୀମନଙ୍କ ପାଇଁ ଯୋଗାଇ ଦିଆଯାଇଥିଲା । ତେବେ ଅଧିକ ୟୁରିଆ ସାର ଆବଶ୍ୟକ ପଡୁଥିବାରୁ ୩ଦିନ ମଧ୍ୟରେ ଏହା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ ଶ୍ରୀନନ୍ଦଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

Share in top social networks!