ଦୁଇଦିନିଆ ଜାତୀୟ କର୍ମଶାଳା ଉଦଘାଟିତ

52840ଆଜି ହୋଟେଲ ମେଫେୟାର ଠାରେ ‘ବିନିର୍ମାଣ ଏବଂ ବ୍ୟବସାୟିକ ସ୍ଥିତିର ଉନ୍ନତି କରଣ ନିମନ୍ତେ ସର୍ବୋତ୍ତମ ପ୍ରଥା’(manufacturing &best practices to improve the business environment)ଶୀର୍ଷକ ଦୁଇଦିନିଆ ଜାତୀୟସ୍ତରୀୟ କର୍ମଶାଳା କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ,ରାଜ୍ୟ ଶିଳ୍ପ ଓ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର,ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି,ଶିଳ୍ପ ସଚିବ ଶ୍ରୀ ବିଶାଳ ଦେବ ଓଡିଶାରେ ଶିଳ୍ପର ପ୍ରଗତି ଓ ଭିତ୍ତିଭୂମି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ନୂଆଦିଲ୍ଲୀ ଓ ବିଭିନ୍ନ ରାଜ୍ୟରୁ ଆସିଥିବା ଶିଳ୍ପ ବିଶେଷଜ୍ଞ ମାନେ ସେମାନଙ୍କର ମତାମତ ପ୍ରକାଶ କରିଥିଲେ । ଏହି କର୍ମଶାଳା ଆସନ୍ତାକାଲି ଶନିବାର ପର୍ଯ୍ୟନ୍ତ ଚାଲୁରହିବ । କେନ୍ଦ୍ର ଓ ରାଜ୍ୟ ସରାକାରଙ୍କ ମିଳିତ ଉଦ୍ୟମରେ ଏହି କର୍ମଶାଳା ଆୟୋଜିତ ହୋଇଛି ।

Share in top social networks!