“ରାଜଧାନୀ ବସ୍ତିରେ ସୁସ୍ଥ ଶୈଶବ ଲାଗି ବୈଷୟିକ କୌଶଳ ର ପ୍ରୟୋଗ” ଶୀର୍ଷକ ଆଲୋଚନାଚକ୍ର

dharitriiଭାରତରେ ପ୍ରତି ୮ଜଣରେ ଜଣେ ଶିଶୁ ବସ୍ତିରେ ରୁହେ, ଏବେ ଆମେ ସୁରକ୍ଷିତ ବାସସ୍ଥାନ,ଉପଯୁକ୍ତ ପରିମଳ ବ୍ୟବସ୍ଥା, ପାନୀୟ ଜଳ, ଖେଳକୁଦ ପାଇଁ ଉପଯୁକ୍ତ ଜାଗା ପରି କେତେକ ବିଷୟରେ ଶିଶୁମାନଙ୍କ ର ଅଧିକାର କୁ ସାବ୍ୟସ୍ତ କରିବାର ସମୟ ଉପନୀତ |” ଏହା କହିଛନ୍ତି ଶ୍ରୀମତୀ ଧରିତ୍ରୀ ପଟନାୟକ , ବର୍ଣାର୍ଡ ଭାନ ଲିୟର ଫାଉନ୍ଡେସନ (ବିଭିଏଲଏଫ୍) ର ଭାରତ ପ୍ରତିନିଧି | ସହରକୁ ପ୍ରତିଦିନ ଶହ ଶହ ଲୋକ କାମ କାମ ଧନ୍ଦା ସନ୍ଧାନରେ ଆସୁଥିବାରୁ ସହରାଞ୍ଚଳ ରେ ବସ୍ତିମାନଙ୍କ ର ସଂଖ୍ୟା ବଢୁଛି | ସେ ପରିପ୍ରେକ୍ଷୀରେ କମ ବ୍ୟୟରେ ସୁସ୍ଥ ଶୈଶବ ଲାଗି ବୈଷୟିକ କୌଶଳର ପ୍ରୟୋଗ ବଳରେ ଆଦର୍ଶ ବସ୍ତି ଗଠନ ଶୀର୍ଷକ ରେ ଆୟୋଜିତ ଆଲୋଚନା ଚକ୍ରରେ ଶ୍ରୀମତୀ ପଟନାୟକ ଏହା କହିଛନ୍ତି |

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭୁବନେଶ୍ୱର ମ୍ୟୁନିସିପାଲଟି ର କମିଶନର ସଂଜୀବ କୁମାର ମିଶ୍ର କରିଥିଲେ ଯେ ବୈଷୟିକ ଶକ୍ତି ର ଉପଯୁକ୍ତ ବଣ୍ଟନ ତଥା ବ୍ୟବହାର କରାଯାଇ ପାରିଲେ ଏଠାରେ ଅନୁଷ୍ଠିତ ବସ୍ତି ବାସିନ୍ଦା ଙ୍କ ବିଭିନ୍ନ ସମସ୍ୟା ତଥା ବିଶେଷକରି ଶିଶୁ ମାନଙ୍କର ସୁସ୍ଥ ତଥା ନିରାପଦ ଶୈଶବ ସୁରକ୍ଷିତ ହୋଇପାରିବ | ସହରାଞ୍ଚଳ ବସ୍ତିର ପିଲାମାନଙ୍କୁ ସୁସ୍ଥ ଓ ସୁରକ୍ଷିତ ବାତାବରଣ ପ୍ରଦାନ କାରବାର ଚେଷ୍ଟା କରୁଥିବା ହମାରା ବଚପନ କ୍ୟାମ୍ପେନ କୁ ଆହୁରି ସୁଦୃଢ କରିବା ପାଇଁ ପ୍ରାକ୍ଟିକାଲ ଆକ୍ସନ ଓ ରୁଚିକା ସାମାଜିକ ସେବା ସଂଗଠନ ଦ୍ଵାରା ଆୟୋଜନ କରାଯାଇଥିବା ଏହି ଆଲୋଚନା ଚକ୍ର ରେ ଭରତପୁର ବସ୍ତି ବାସିନ୍ଦା ଦେବାଶିଷ ନାୟକ କୁହନ୍ତି, “କେବଳ ଯେ ଗୁଡାଏ ଯୋଜନାର ପ୍ରଣୟନରେ ବସ୍ତି ର ପିଲାଙ୍କ ସମସ୍ୟା ସମାଧାନ ହେବନି ବରଂ ଏକ ଦୀର୍ଘସ୍ଥାୟୀ ସମାଧାନର ପାନ୍ଥର ଆବଶ୍ୟକତା ରହିଛି |”

ସ୍ଥାନୀୟ ସଂଗଠନ ରୁଚିକା ସହାୟତା ରେ ଆନ୍ତର୍ଜ୍ୟାତୀୟ ଅନୁଷ୍ଠାନ ପ୍ରାକ୍ଟିକାଲ ଆକ୍ସନ ଓ ସହଯୋଗର ହାତ ବଢାଇଥିବା (ବିଭିଏଲଏଫ୍) ଦ୍ଵାରା ଆଗାମୀ ଦିନରେ ରାଜଧାନୀର ଭିଭିନ୍ନ ବସ୍ତିରେ ପରୀକ୍ଷାମୂଳକ ଭାବେ କମ୍ ବ୍ୟୟ ରେ ବୈଷୟିକ କୌଶଳ ମାଧ୍ୟମରେ ପାନୀୟ ଜଳ ତଥା ପରିମଳ ବ୍ୟବସ୍ଥାର ସୁଧାର ଆଣିବା ଦିଗରେ କାର୍ଯ୍ୟ କରିବେ | ପ୍ରାଥମିକ ଭାବେ ତିନୋଟି ବସ୍ତି ଯଥା ଭରତପୁର ବସ୍ତି, ଡୁମ-ଡୁମା ଶାସ୍ତ୍ରୀ ବସ୍ତିରେ କାର୍ଯ୍ୟ ଆରମ୍ଭ କରାଯିବ |

(ହମାରା ବଚପନ) କମ୍ପେନ ରେ ଆମେ ସହରାଞ୍ଚଳ ବସ୍ତି ରେ ଶିଶୁ ମାନଙ୍କ ଚଳପ୍ରଚଳ ଲାଗି ଉପଯୋଗୀ ବାତାବରଣ ର ଆବଶ୍ୟକତା ତଥା ପାନୀୟ ଜଳ, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ଆଦିରେ ଶିଶୁ ମାନଙ୍କ ସ୍ୱାସ୍ଥ୍ୟଗତ ବିଷୟକୁ ଧ୍ୟାନ ଦିଆଯାଇ ସଚେତନତା କରାଯାଉଛି | ଏହା ଦ୍ଵାରା ୪୦% ଜଳଜନିତ ରୋଗକୁ ଦୂର କରାଯାଇପାରିବ ବୋଲି ହମାରା ବଚପନ ର କମ୍ପେନ ମୁଖ୍ୟ ମିହିର ମହାନ୍ତି କହିଛନ୍ତି |ଆଜିର ଆଲୋଚନା ଚକ୍ରରେ ପ୍ରାକ୍ଟିକାଲ ଆକ୍ସନ ର ଭାରତ ମୁଖ୍ୟ ଶିଖା ଶ୍ରିବାସ୍ତବ, ନେପାଳ ମୁଖ୍ୟ ଶିରିଶ ସିଂ ତଥା ବିନୟ ରାଜ ଶ୍ରେଷ୍ଠା ପ୍ରମୁଖ ଯୋଗ ଦେଇ ପ୍ରାକ୍ଟିକାଲ ଆକ୍ସନ ର ନେପାଳ ଓ ଅନ୍ୟାନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ | ସେହିପରି ରୁଚିକାର ବରିଷ୍ଠ ଅଧିକାରୀ ପ୍ରଫେସର ନାରାୟଣ ରାଓ ମଧ୍ୟ ନିଜ ମତପୋଷଣ କରିଥିଲେ |

Share in top social networks!