ଜାତୀୟ ପର୍ଯ୍ୟଟନ ସମ୍ମିଳନୀରେ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡାଙ୍କ ଯୋଗଦାନ

MAP-14ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଜାତୀୟ ପର୍ଯ୍ୟଟନ ସମ୍ମିଳନୀରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ଏବଂ ସେ ବିଷୟରେ ନିଆଯାଇଥିବା ପଦକ୍ଷେପ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟରେ ୨୦୧୩ମସିହାରେ ୨୦୧୨ତୁଳନାରେ ୮.୨୧%ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ଏବଂ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ୩.୦୨%ଅଭିବୃଦ୍ଧି ଘଟିଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଏହି ସମ୍ମିଳନୀରେ ସୂଚନା ଦେଇଥିଲେ । ସେ ଆହୁରି କହିଥିଲେ ଯେ,ପୁରୀ,କୋଣାର୍କ,ଗୋପାଳପୁର ଓ ଚାନ୍ଦିପୁର ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ହୋମ ଗାର୍ଡ/ପର୍ଯ୍ୟଟନ ପୋଲିସ ମୁତୟନ ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ରାଜ୍ୟରେ ପର୍ଯ୍ୟଟକ ପୋଲିସ ସ୍କ୍ୱାର୍ଡ ଗଠନ ହେବା ବିଷୟ ମଧ୍ୟ ବିଚାର କରାଯାଉଛି । ରାଜ୍ୟରେ ପ୍ରଥମ କରି ସମୁଦ୍ର ବିଚକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ପୁରୀ ସମୁଦ୍ର କୂଳରେ ଯନ୍ତ୍ର ଚାଳିତ ବିଚ୍ ସଂଘାର ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଇଛି । ରାଜ୍ୟରେ ଅନେକ ପ୍ରାଚୀନ ବୌଦ୍ଧ କୀର୍ତ୍ତିମାନ ଥିବାରୁ ପର୍ଯ୍ୟଟନ ବିଭାଗ ପ୍ରତି ବର୍ଷ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀର ଆୟୋଜନ କରୁଛନ୍ତି । ଏ ଦୃଷ୍ଟିରୁ ବୌଦ୍ଧ ଗୟାକୁ ସଂଯୋଗ କରି ଭୁବନେଶ୍ଵର ଓ ବାରଣାସୀ ମଧ୍ୟରେ ସିଧାସଳଖ ଚଳାଚଳ ବ୍ୟବସ୍ଥା କରିବାକୁ ମନ୍ତ୍ରୀ ଶ୍ରୀ ପଣ୍ଡା କେନ୍ଦ୍ର ମନ୍ତ୍ରୀଙ୍କ ଠାରେ ଦାବୀ ଜଣାଇଛନ୍ତି । ଏହି ତିନିଦିନିଆ ସମ୍ମିଳନୀରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଶ୍ରୀପଦ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମନ୍ତ୍ରଣାଳୟ ଶାସନ ସଚିବ ଶ୍ରୀ ପରଭେଜ ଦିୱାନ ଓ ବରିଷ୍ଠ ଅଧିକାରି ଏବଂ ସବୁରାଜ୍ୟର ମନ୍ତ୍ରୀ ଓ ଶାସନ ସଚିବ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ତରଫରୁ ପର୍ଯ୍ୟଟନ ଓ ସଂସ୍କୃତି ସଚିବ ଡଃ.ଅରବିନ୍ଦ ପାଢୀ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।

Share in top social networks!