ଏସଟି.ଏସସି ଛାତ୍ରୀମାନଙ୍କ ପାଇଁ ତ୍ରିସ୍ତରୀୟ ନିରାପତ୍ତା ବ୍ୟବସ୍ଥା

MAP-8ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ମିଳିତ ଅଧ୍ୟକ୍ଷତାରେ ‘ଓକାକ’ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ୩୦ଟି ଜିଲ୍ଲାର କଲେକ୍ଟର ଓ ଜିଲ୍ଲାମାଜିଷ୍ଟ୍ରେଟ,ଆଇ.ଟି.ଡି.ଏ ପ୍ରକଳ୍ପ ପ୍ରକାଶକ ଓ ଜିଲ୍ଲା କଲ୍ୟାଣ ଅଧିକାରୀ ଓ ଅନ୍ୟାନ୍ୟ କ୍ଷେତ୍ରାଧିକାରୀଙ୍କ ସହିତ ଆଲୋଚନା କରାଯିବା ପରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ବନ୍ଧୀୟ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଏହି ନିଷ୍ପତ୍ତିରେ ଛାତ୍ରୀନିବାସ ନିର୍ମାଣ ସମୟରେ ତ୍ରିସ୍ତରୀୟ ନିରାପତ୍ତା ବ୍ୟବସ୍ଥାକୁ ନିଶ୍ଚିତ କରାଯିବା,ଛାତ୍ରୀନିବାସ ପାଇଁ ଅଲଗା ପାଚେରୀ,ବନ୍ଦ ଗେଟ ରଖାଯିବା ବିଷୟରେ ଆଲୋଚନା ହୋଇଥିଲା । ଛାତ୍ରୀମାନଙ୍କ ନିରାପତ୍ତା ନିମନ୍ତେ ତିନୋଟି ରେଜିଷ୍ଟର ଚାଲୁକରାଯିବା ଓ ଛାତ୍ରୀନିବାସର ଟୟଲେଟ ଓ ଗାଧୁଆଘର ପାଇଁ ଅଲଗା କାନ୍ଥ,ଗ୍ରୀଲ କରାଯିବ ବୋଲି ଏକ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଥିଲା । ୨୦୧୪ ସେପ୍ଟେମ୍ବର ମାସ ସୁଦ୍ଧା ସମସ୍ତ ଏସଟି ଓ ଏସସି ବାଳିକା ହଷ୍ଟେଲର ମହିଳା ପରିଚାଲିକା ପଦବୀ ପୂରଣ ହେବ । ଏସଟି ଓ ଏସସି ଉନ୍ନୟନବିଭାଗର ନିର୍ଦ୍ଦେଶନାମା ଅନୁସାରେ ପୁରୁଷ କର୍ମଚାରୀ ମାନଙ୍କ କ୍ଵାଟର୍ସ ଗୁଡିକ ବାଳିକା ହଷ୍ଟେଲର ବାହାରେ ରହିବ । ଛାତ୍ରୀନିବାସ ପରିସରରେ କେଉଁ ମାନେ ରହୁଛନ୍ତି,କିଏ ହଷ୍ଟେଲ ପରିଦର୍ଶନ ପାଇଁ ଯାଉଛନ୍ତି ସେ ସମସ୍ତ ତଥ୍ୟ ରେଜିଷ୍ଟରରେ ଲିପିବଦ୍ଧ ହୋଇ ରହିବ । ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ଏସଟି ଓ ଏସସି ଛାତ୍ରଛାତ୍ରୀ ମାନଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଉପରେ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଆଲୋଚନା କରଯାଇଥିଲା । ପ୍ରକାଶ ଥାଉକି ଏସଟି ଓ ଏସସି ଛାତ୍ରୀମାନଙ୍କର ହଷ୍ଟେଲରେ ନିରାପତ୍ତାକୁ ଅଧିକ ସୁଦୃଢ କରିବା ସହିତ ସେମାନଙ୍କର ବିଭିନ୍ନ ବିଷୟରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ କ୍ଷେତ୍ର ଅଧିକାରୀ ମାନଙ୍କୁ ଅଧିକ ସଚେତନ କରିବାକୁ ଅଗଷ୍ଟ ୧୯ତାରିଖ ଦିନ ‘ଓକାକ୍’ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଏସଟି ଓ ଏସସି ଉନ୍ନୟନ ବିଭାଗ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଏ.ବି.ଓତା,ନିର୍ଦ୍ଦେଶକ ରମେଶ ଚନ୍ଦ୍ର ସାଇ ଓ ଉପଶାସନ ସଚିବ ଅର୍ଚ୍ଚନା ଦାସପଟ୍ଟନାୟକ ଆଦି ଉପସ୍ଥିତ ଥିଲେ ।

Share in top social networks!