ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବୁଥ ସ୍ତରୀୟ ଅଧିକାରୀ ନିଯୁକ୍ତି କରାଯିବ

Mona-SharmA
ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ମୋନା ଶର୍ମା ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବୁଥସ୍ତରୀୟ ଅଧିକାରୀ ନିଯୁକ୍ତି କରାଯିବ ବୋଲି ପ୍ରକାଶ କରିଛନ୍ତି । ଏହି ବୁଥ ସ୍ତରୀୟ ଅଧିକାରୀ ମାନେ ବାର୍ଷିକ ୫ହଜାର ଟଙ୍କା ପାରିତୋଷିକ ପାଇବେ । ଏହି ଅଧିକାରୀ ମାନେ ଯେଉଁ ଭୋଟଦାନ କେନ୍ଦ୍ରରେ ବୁଥ ସ୍ତରୀୟ ଅଧିକାରୀ ହେବେ ସେମାନେ ସେହି ଭୋଟଦାନ କେନ୍ଦ୍ର ଅଞ୍ଚଳର ଅଧିବାସୀ ହୋଇଥିବେ ଏବଂ ତାଙ୍କ ନାମ ସେହି ଭୋଟଦାନ କେନ୍ଦ୍ରରେ ପଞ୍ଜିକୃତ ହୋଇଥିବା ଆବଶ୍ୟକ ।ଇଚ୍ଛୁକ ସରକାରୀ,ଅର୍ଦ୍ଧ –ସରକାରୀ,ନିଗମ ସରକାରୀ,ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନେ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିପାରିବେ । ଦରଖାସ୍ତ ସମ୍ପୃକ୍ତ ନିର୍ବାଚକ ପଞ୍ଜିକରଣ ଅଧିକାରୀ ତଥା ନିଜ ଅଞ୍ଚଳର ଉପଜିଲ୍ଲା ପାଳଙ୍କ ନିକଟରେ ଆସନ୍ତା ସେପ୍ଟେମ୍ବର ୯ତାରିଖ ସୁଦ୍ଧା ପହଞ୍ଚିବା ଆବଶ୍ୟକ । ଏହି ପଦ ପାଇଁ ଇଚ୍ଛୁକ ବ୍ୟକ୍ତି କୌଣସି ରାଜନୈତିକ ଦଳର ସଭ୍ୟ ହୋଇନଥିବେ । ବୁଥ ସ୍ତରୀୟ ଅଧିକାରୀ ମାନେ ଭୋଟଦାନ କେନ୍ଦ୍ର ଅଞ୍ଚଳରେ ବାସ କରୁଥିବା ଯୋଗ୍ୟ ନାଗରିକ ମାନଙ୍କୁ ସେମାନଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବାସଂଶୋଧନ କରିବା ଓ ସ୍ତାନାନ୍ତର କରିବା ନିମନ୍ତେ ସହାୟତା ଆଦି କାର୍ଯ୍ୟ କରିବେ । ଏହାର ସବିଶେଷ ବିବରଣୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ www.ceoorissa.nic.in ରେ ଉପଲବ୍ଧ ହେଉଛି ।

Share in top social networks!