ମୁଖ୍ୟମନ୍ତ୍ରୀଙ୍କ ଓଡିଶା “Infovally-II” କାର୍ଯ୍ୟ ସମୀକ୍ଷା ; ପ୍ରାୟ ୬ ଲକ୍ଷ ନିଯୁକ୍ତି ସମ୍ଭାବନା

52764ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ଵର ନିକଟସ୍ଥ ଓଡିଶା ଇନଫୋଭାଲୀ ପ୍ରକଳ୍ପ (Infovally-II) ଗ୍ରସ୍ତ କରି ଏହାର ବିଭିନ୍ନ ଅଞ୍ଚଳ ଓ ନିର୍ମାଣ କାମ ବୁଲି ଦେଖିବା ସହିତ ଏହାର ଅଗ୍ରଗତି ସମୀକ୍ଷା କରିଛନ୍ତି । ପ୍ରାୟ ୬୬୦ ଏକର ଅଞ୍ଚଳ ପରିମିତ ଏହି ଇନଫୋଭାଲି ପ୍ରକଳ୍ପ ର ଭିତ୍ତିଭୂମିର ଉନ୍ନତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷାରେ ପ୍ରକଳ୍ପ ଅଞ୍ଚଳର ରାସ୍ତା,ଜମି ଅଧିଗ୍ରହଣ,ବିଜୁଳି ଓ ଜଳଯୋଗାଣ,ପାଚେରି ନିର୍ମାଣ ,ସୁରକ୍ଷା,ବସ୍ ଯୋଗାଯୋଗ ବ୍ୟବସ୍ଥା ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା । ଏହିସବୁ କାମକୁ ତ୍ୱରାନ୍ୱିତ କରି ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟଯେ ଏହି ଇନଫୋଭାଲୀ ପ୍ରକଳ୍ପରେ ଏକ ଆଇ.ଟି ଏସ୍.ଇ.ଜେଡ୍ ,ଇଲେକ୍ଟ୍ରୋନିକ ସିଷ୍ଟମ ଡିଜାଇନ ଓ ମାନୁଫାକଚରିଂ ,ବ୍ୟବସାୟ ଓ ବିନୋଦନ ପାର୍କ ଓ ଏକ ହାର୍ଡଓୱାର ପାର୍କ ସ୍ଥାପିତ ହେବ । ପ୍ରସ୍ତାବିତ ଭୁବନେଶ୍ଵର ସାଉଥ ସିଟି ସହିତ ଏହାର ମିଳିତ ବିକାଶରେ ପ୍ରାୟ ୬ ଲକ୍ଷ ଯୁବକଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ ବୋଲି ବୈଠକରୁ ଜଣାପଡିଛି । ପ୍ରଥମ ୩ ବର୍ଷରେ ସରକାର ପ୍ରାୟ ୧୫ ଶହ କୋଟି ଟଙ୍କା ରାଜସ୍ୱ ପାଇବେ ବୋଲି ଜଣାଯାଇଥିଲା । ଏହି ବୈଠକରେ ଶିଳ୍ପମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ,ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଣବ ପ୍ରକାଶ ଦାସ,ଉନ୍ନୟନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ,ସୂଚନା ପ୍ରଯୁକ୍ତି ସଚିବ ଶ୍ରୀ ସଂଜୀବ ମିଶ୍ର,ଖୋର୍ଦ୍ଧା ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ ।

Share in top social networks!