ନଗର ଉନ୍ନୟନ ବିଭାଗର ସମସ୍ତ ଅନୁଷ୍ଠାନ ଗୁଡିକୁ ଶାରୀରିକ ଅନଗ୍ରସର ଲୋକମାନଙ୍କ ଯାତାୟତ କରିବା ପାଇଁ ସୁବିଧା ଯୋଗାଇ ଦିଆଯିବ

52766ଗୃହ ଓ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ମହାନଗର ନିଗମ ଓ ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ଥିବା କଲ୍ୟାଣ ମଣ୍ଡପ,କମ୍ୟୁନିଟି ହଲ ବା କେନ୍ଦ୍ର ,ଜୀବିକା ନିର୍ବାହ କେନ୍ଦ୍ର,ରାତ୍ରୀ ଆଶ୍ରୟ ସ୍ଥଳ ଇତ୍ୟାଦି ଅନୁଷ୍ଠାନ ଗୁଡିକରେ ଶାରୀରିକ ଅନଗ୍ରସର ଲୋକମାନଙ୍କ ଯାତାୟତ ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ସରକାରଙ୍କ ନଜରକୁ ଆସିଛି । ଶାରୀରିକ ଅନଗ୍ରସର ଲୋକଙ୍କ ଯିବା ଆସିବା ସହଜରେ ହେବା ପାଇଁ ଏହି ସବୁ ଅନୁଷ୍ଠାନରେ ରାମ୍ପ ଏବଂ ଶାରୀରିକ ଅନଗ୍ରସର ଶୌଚାଳୟ ନିର୍ମାଣ କରିବାକୁ କୁହାଯାଇଛି । ପୌର ଅନୁଷ୍ଠାନଗୁଡିକୁ ବିଶଦ ପ୍ରକଳ୍ପ ବିବରଣୀ ଦେବା ସମୟରେ ନକ୍ସା ଗୁଡିକରେ ରାମ୍ପ ଓ ଶାରୀରିକ ଅନଗ୍ରସର ଶୌଚାଳୟ ଅନ୍ତର୍ଭୁକ୍ତ କରାଯିବା ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ ପୌର ଅନୁଷ୍ଠାନଗୁଡିକରେ ନିର୍ମାଣ ହୋଇ ନଥିବା ରାମ୍ପ ଓ ଶାରୀରିକ ଅନଗ୍ରସର ଶୌଚାଳୟ ତିଆରି କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଏବଂ ସମସ୍ତ ମହାନଗର ନିଗମ,ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଗତକାଲି ପତ୍ର ଲେଖାଯାଇଛି ।

Share in top social networks!