ରାଜ୍ୟରେ ଆଳୁ ଉତ୍ପାଦନ ବୃଦ୍ଧି ପାଇଁ ଓଡ଼ିଶାକୁ ଆନ୍ତର୍ଜାତିକ ଆଳୁ କେନ୍ଦ୍ର ସହଯୋଗ ଯୋଗାଇଦେବ

52778ରାଜ୍ୟରେ ଉନ୍ନତମାନର ଆଳୁ ଉତ୍ପାଦନ ସହିତ ଉତ୍ପାଦିକତା ବୃଦ୍ଧି ପାଇଁ ପେରୁର ଲିମା ସ୍ଥିତ ଆନ୍ତର୍ଜାତିକ ଆଳୁକେନ୍ଦ୍ର ସହଯୋଗ ଯୋଗାଇଦେବ । ଆଜି ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଡ଼ବଲଇଉକେ ଆନ୍ତର୍ଜାତିକ ଆଳୁ କେନ୍ଦ୍ରର ଅଧ୍ୟକ୍ଷ ଡଃ ବାରବାରା ୱେଲସ ମଧ୍ୟରେ ଆଲୋଚନାରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । Sustainable intensifraction of Potato in rebased systems on odisha for a increasing productivity and profitability ନାମରେ ଏହି project ଜରିଆରେ ରାଜ୍ୟରେ କମ ସମୟରେ ଏବଂ ଉଷ୍ଣ ପରିବେଶରେ ଉତ୍ପାଦିତ ହେଉଥିବା ଉନ୍ନତ ମାନର ଆଳୁ ଚାଷକୁ ଉତ୍ସାହିତ କରାଯିବ । ଏଥିପାଇଁ ରାଜ୍ୟରେ ଉନ୍ନତମାନର ଆଳୁ ବିହନ ଉତ୍ପାଦିତ ହେବା ସହିତ ଚାଷୀମାନଙ୍କ ପାଇଁ ତାଲିମର ବ୍ୟବସ୍ଥା କରାଯିବ ଏତଦବ୍ୟତୀତ ଗ୍ରାମାଞ୍ଚଳରେ କମ୍ ଖର୍ଚ୍ଚରେ ଆଳୁ ସଂରକ୍ଷଣ କେନ୍ଦ୍ରର ନିର୍ମାଣ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ । ଏହା ଦ୍ଵାରା ଚାଷୀର ଲାଭ ମଧ୍ୟ ହେବ । ଉଲ୍ଲେଖଯୋଗ୍ୟ ଯେ ଆନ୍ତର୍ଜାତିକ ଆଳୁ କେନ୍ଦ୍ର ଲିମା ସହଯୋଗରେ ରାଜ୍ୟରେ GAIN ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ କନ୍ଦମୂଳ ଉତ୍ପାଦନ କରାଯାଉଛି । ଏହି ପ୍ରକଳ୍ପ ରାଜ୍ୟର ଗଞ୍ଜାମ,ସୁନ୍ଦରଗଡ,କୋରାପୁଟ,ଓ ଢେଙ୍କାନାଳ ଜିଲ୍ଲାକୁ ସଂପ୍ରସାରଣ ପାଇଁ ମଧ୍ୟ ସ୍ଥିର କରାଯାଇଛି । ସୂଚନାଯୋଗ୍ୟଯେ sweet potato ଉତ୍ପାଦନରେ ଓଡିଶା ସାରା ଦେଶରେ ଏକ ନମ୍ବର ରାଜ୍ୟ । ସୂଚନାଯୋଗ୍ୟଯେ ଓଡିଶାର ମୁଖ୍ୟତଃ କଟକ,ପୁରୀ,କନ୍ଧମାଳ,ବାଲେଶ୍ଵର,ସମ୍ବଲପୁର ଓ କୋରାପୁଟ ଜିଲ୍ଲାରେ ଆଳୁ ଚାଷ କରାଯାଏ । ରାଜ୍ୟର ୧୫ହଜାର ହେକ୍ଟର ଜମିରେ ବାର୍ଷିକ ୨.୫ଲକ୍ଷମେଟ୍ରିକ ଟନ୍ ଆଳୁ ଉତ୍ପାଦିତ କରାଯାଏ । କିନ୍ତୁ ରାଜ୍ୟରେ ଆଳୁର ଚାହିଦା ବାର୍ଷିକ ୯.୮୬ଲକ୍ଷ ମେଟ୍ରିକ ଟନ୍ ଅଟେ । ରାଜ୍ୟରେ ଆଳୁ ଉତ୍ପାଦନ ବୃଦ୍ଧି ପାଇଁ ସରକାର କେଜି ୧୬ଟଙ୍କାରେ ବିହନ ଯୋଗାଇବା ସହିତ organized Marketing ,ଚଷିକୁ ତାଲିମ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ଏହି ଆଲୋଚନା ସମୟରେ କୃଷି ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ,ଉନ୍ନୟନ କମିଶନର ଶ୍ରୀ ଆଦିତ୍ୟ ପାଢୀ,କୃଷି ବିଭାଗର ପ୍ରମୁଖ ସଚିବ ଶ୍ରୀ ରାଜେଶ ବର୍ମା ,ଏବଂ ଉଦ୍ୟାନ କୃଷି ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ଆନ୍ତର୍ଜାତିକ ଆଳୁ କେନ୍ଦ୍ରର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Share in top social networks!