ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଯୋଗଦାନ

imagesଆଜି ପୂର୍ବାହ୍ନରେ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଆଇ.ଏ.ଏସ୍ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି । ସେ ୧୯୮୮ ମସିହା ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ । ପୂର୍ବରୁ ସେ ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଥିଲେ । ସେ ମଧ୍ୟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ,ପୁରୀର ସ୍ଵତନ୍ତ୍ର ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ଶ୍ରୀ ମହାପାତ୍ର ଆଜି ପୂର୍ବାହ୍ନରେ ଯୋଗଦେବା ପରେ ବିଭାଗୀୟ ସ୍ଵତନ୍ତ୍ର ସଚିବ,ଅତିରିକ୍ତ ସଚିବ,ଯୁଗ୍ମ ସଚିବ ତଥା ଅନ୍ୟନ୍ୟ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ଜଣାଇଥିଲେ ।

Share in top social networks!