ଇଡକୋ କର୍ମଚାରୀମାନଙ୍କ ଦୈନିକ ଭତ୍ତା ବୃଦ୍ଧି

untitledଶିଳ୍ପ ବିଭାଗ ଅଧିନସ୍ଥ ଇଡକୋ କର୍ମଚାରୀମାନେ ପିଛିଲା ତାରିଖ ତା୧.୧.୨୦୧୪ ରିଖ ଠାରୁ ୧୦%ଅଧିକ ଡି.ଏ ପାଇବା ପାଇଁ ସରକାରୀ ନିଷ୍ପତ୍ତି ହୋଇଛି । ଏଦିଗରେ ଇଡକୋର ବିଭିନ୍ନ ବର୍ଗର ସର୍ବମୋଟ ୭୦୧ ଜଣ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ଏରିୟର ବାବଦରେ ଆପାତତଃ ୫୪.୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବାର୍ଷିକ ୧୦୯.୮୦ଲକ୍ଷ ଟଙ୍କା ବ୍ୟୟ କରାଯିବ ବୋଲି ଧାର୍ଯ୍ୟ ହୋଇଛି । ଏ ସଙ୍କ୍ରନ୍ତିୟ ନଥି ଆଜି ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ରଙ୍କ ଅନୁମୋଦନ ଲାଭ କରିଥିବାରୁ କର୍ମଚାରୀ ମହଲରେ ଆନନ୍ଦ ପ୍ରକାଶ ପାଇଛି । କର୍ମଚାରୀ ସଂଘ ସଭାପତି ବିଧାୟକ ଶ୍ରୀଯୁକ୍ତ ପ୍ରଭାତ କୁମାର ବିଶ୍ଵାଳ,କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ସଲିଳ କୁମାର ଦାସ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ମୁଖ୍ୟମନ୍ତ୍ରୀ,ଶିଳ୍ପମନ୍ତ୍ରୀ,ବିଭାଗୀୟ ଶାସନ ସଚିବ ଓ ଇଡକୋ ଅଧ୍ୟକ୍ଷଙ୍କଠାରେ କୃତଜ୍ଞତା ପ୍ରକାଶ କରିଛନ୍ତି ।

Share in top social networks!