ବିଜେଡ଼ି ର ପ୍ରେସ ରିଲିଜ

untitledଆମର ପ୍ରଚଳିତ ବ୍ୟବସ୍ଥାରେ ଏଜିଙ୍କ କାର୍ଯ୍ୟ ନିର୍ଦ୍ଦିଷ୍ଟ କରାଯାଉଛି । ଏଜି କାଗଜପତ୍ର ତନଖି କରିବା ସହିତ ପ୍ରଚଳିତ ବ୍ୟବସ୍ଥାବଳୀରେ ତ୍ରୁଟି ବିଚ୍ୟୁତି ଦର୍ଶାଇବା ସହ ଆବଶ୍ୟକ ସୁଧାର ନିମନ୍ତେ ପ୍ରଶାସନକୁ ପରାମର୍ଶ ଓ ପ୍ରସ୍ତାବ ଦେଇଥାନ୍ତି । ଏଜିଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରାଯାଏ ଏବଂ ଅଧିକ ତର୍ଜମା ନିମନ୍ତେ ପିଏସିଙ୍କୁ ପଠାଯାଇଥାଏ । ପିଏସିର ଅଧ୍ୟକ୍ଷ ରୁହନ୍ତି ମାନ୍ୟବର ବିରୋଧୀ ଦଳ ନେତା । ରାଜ୍ୟ ସରକାର ଏହି ବ୍ୟବସ୍ଥାବଳୀ କେବେବି ଉଲଂଘନ କରିନାହାନ୍ତି । ଏଠାରେ ଉଲ୍ଲେଖେନୀୟଯୋଗ୍ୟଯେ ,ବିଡିଏ ହାଉସିଂ ବୋର୍ଡ ସମ୍ପର୍କିତ ଏଜି ରିପୋର୍ଟ ଚଳିତ ବର୍ଷ ଜୁନ ୨୩ତାରିଖରେ ବିଧାନସଭାରେ ଉପସ୍ଥାପିତ ହୋଇଛି । ସେହିପରି ଇଡକୋ ସମ୍ବନ୍ଧୀୟ ଏଜି ରିପୋର୍ଟ ୮.୮.୨୦୧୩ରେ ଏବଂ ଜିଏ ସମ୍ପର୍କିତ ରିପୋର୍ଟ ୬.୪.୨୦୧୩ ରେ ବିଧାନସଭାରେ ଉପସ୍ଥାପିତ ହୋଇଛି । ସରକାର କୌଣସି ତଥ୍ୟ କେବେବି ଲୁଚାଇରଖିନାହାନ୍ତି ବରଂ ଏଜିଙ୍କ ପ୍ରସ୍ତାବମତେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସୂଚନାଯୋଗ୍ୟଯେ ବିଡ଼ିଏ ରେ ଏଜି ପ୍ରଥମ କରି ଅଡିଟ୍ କରୁଛନ୍ତି ଏବଂ ଏବେ ଏହି ପ୍ରକ୍ରିୟା ଜାରି ରହିଛି । ଅଡିଟ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଅଛି । ସେହିପରି ଏକ ନିର୍ଦ୍ଦିଷ୍ଟ ଅନୁଷ୍ଠାନ ସମ୍ପର୍କରେ ଯାହା ଅଭିଯୋଗ କରାଯାଉଛି,ତାହା ଆଦୌ ସତ୍ୟ ଉପରେ ଆଧାରିତ ନୁହେଁ । ୨୦୧୨ରେ ସିଏଜି ରିପୋର୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ,ଏଥିରେ କୌଣସି ଅନିୟମିତତା ହୋଇନାହିଁ । ଏ ସମ୍ପର୍କରେ ଶିଳ୍ପ ବିଭାଗ ପାରାୱାରୀ କମ୍ପ୍ଲାଇ କରିଛନ୍ତି ଏବଂ ଫାଇନାଲ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଛି । ଚିଟଫଣ୍ଡ ସମ୍ପର୍କରେ ସିବିଆଇ ଅନୁସନ୍ଧାନ ଜାରି ରହିଛି ଏବଂ ସତ୍ୟାସତ୍ୟ ପ୍ରକାଶ ପାଇବ । ଏ ସମ୍ପର୍କରେ ବିଶେଷ ମନ୍ତବ୍ୟ ଦେବା ଏ ସମୟରେ ଉଚିତ ହେବ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ଵଚ୍ଛତା ସନ୍ଦେହର ଉର୍ଦ୍ଧ୍ଵରେ ଯାହା ବାରମ୍ବାର ପ୍ରମାଣିତ ହୋଇଛି । ଓଡିଶାର ୪ କୋଟି ଲୋକଙ୍କର ଆସ୍ଥା ଓ ବିଶ୍ଵାସର ସେ ପ୍ରତୀକ । ତାଙ୍କୁ ଟାଣିଓଟାରି କଳଙ୍କ ଲଗାଇବା ର ଅପଚେଷ୍ଟା କଦାପି ସଫଳ ହେବ ନାହିଁ ।

Share in top social networks!