ଏତଲା ନରଖିବା ଘଟଣା ; ଏସପିଙ୍କୁ କଡା ନିର୍ଦ୍ଦେଶ ଦେଲେ ମାନବାଧିକାର କମିଶନ ,ନିଜେ ତଦନ୍ତ କର

Odishan-MAP-9ଏକ ମାମଲାରେ ଜଣେ ଏତଲାକାରୀଙ୍କୁ ବାରମ୍ବାର ଥାନାରୁ ଫେରାଯିବା ଘଟଣାରେ ରାଜ୍ୟ ମାନବାଧିକାର କମିଶନ ଭଦ୍ରକ ଜିଲ୍ଲା ପୋଲିସ ଉପରେ କ୍ଷୁବ୍ଧ ହୋଇଛନ୍ତି । ବାସୁଦେବପୁର ଥାନା ଅଧିକାରୀମାନେ ଏତଲା ନରଖି ଅଭିଯୋଗକାରୀ ମାନଙ୍କୁ ହଇରାଣ କରୁଥିବାରୁ ଏସପିଙ୍କ ରିପୋର୍ଟକୁ ଆଗ୍ରାହ୍ୟ କରି କମିଶନ ଘଟଣାର ତଦନ୍ତ ପାଇଁ ଭଦ୍ରକ ଏସପି ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ତଦନ୍ତ ଦାୟିତ୍ଵ କୁ ଏସପି ଯେପରି ତାଙ୍କର କୌଣସି ତଳିଆ ଅଫିସରଙ୍କୁ ନ ଦିଅନ୍ତି,ସେ ନେଇ କମିଶନ କଡା ନିର୍ଦ୍ଦେଶ ଦେଇଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ବଜାରରେ ଦୋକାନ କରିଥିବା ସୁଦର୍ଶନ କମିଳାଙ୍କୁ କିଛି ଲୋକ ବାରମ୍ବାର ତାଙ୍କୁ ମାଡପିଟ କରିବା ସହ ଦୋକାନ ଭଙ୍ଗାରୁଜା କରୁଛନ୍ତି । ଏ ସମ୍ପର୍କରେ ସେ ବାସୁଦେବପୁର ଥାନାରେ ତିନୋଟି ଏତଲା ଦେଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ କରିନଥିଲା । ତେଣୁ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଙ୍କ ମାଧ୍ୟମରେ ଗତ ଫେବୃୟାରୀ ମାସରେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହୋଇଥିଲେ । କମିଶନ ଘଟଣା ସମ୍ପର୍କରେ ଭଦ୍ରକ ଏସପିଙ୍କ ଠାରୁ ରିପୋର୍ଟ ଲୋଡିଥିଲେ । ଏସପି ତାଙ୍କ ରିପୋର୍ଟରେ କହିଥିଲେ ଯେ ଏତଲାକାରୀଙ୍କ ଅଭିଯୋଗ ନୁହେଁ । ମଙ୍ଗଳବାର ଦିନ କମିଶନଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ ବୀର କିଶୋର ମିଶ୍ର ଓ ସଦସ୍ୟ ବିଜୟ କୁମାର ପଟ୍ଟନାୟକ ଏହି ମାମଲାର ଶୁଣାଣୀ କରିଥିଲେ । ଏହି ସମୟରେ ଆବେଦନକାରୀ ସୁଦର୍ଶନଙ୍କ ସହ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଉପସ୍ଥିତ ରହି ପିଲିସ କିପରି ବାରମ୍ବାର ରଖୁ ନାହିଁ ବୋଲି ତାହା କହିଥିଲେ । କମଶିଆନ ଏହାର ବିଚାର କରି ଭଦ୍ରକ ଏସପିଙ୍କ ରିପୋର୍ଟକୁ ଆଗ୍ରାହ୍ୟ କରି ଦେଇଛନ୍ତି । ଯଦି ଏହାକୁ କେହି ଉଲଂଘନ କରେ ସମ୍ପୃକ୍ତ ପୋଲିସ ବିରୋଧ ରେ କାର୍ଯ୍ୟାନୁଷ୍ଠାନ କରାଯିବ କଥା । ତେଣୁ ସୁଦର୍ଶନଙ୍କୁ ମାଡ ମରାଯିବା ମାମଲାରେ ପୋଲିସ ଏତଲା ରଖୁନଥିବାରୁ ଭଦ୍ରକ ଏସପି ଘଟଣାରେ ନିଜେ ତଦନ୍ତ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

Share in top social networks!