ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ସମ୍ପର୍କିତ ବିଭିନ୍ନ ସଂଘର ସମସ୍ୟା ସମ୍ବନ୍ଧରେ ଆଲୋଚନା

MAP-8ଆଜି ସଚିବାଳୟସ୍ଥ ପ୍ରକୋଷ୍ଠରେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ସମ୍ପର୍କିତ ସଂଘର କର୍ମକର୍ତ୍ତାମାନେ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀଙ୍କୁ ସାକ୍ଷାତ କରି ସେମାନଙ୍କର ସମସ୍ୟାବଳୀ ଓ ସମାଧାନ ଉପରେ ଆଲୋଚନା କରିଥିଲେ । ଡଲଫିନ ୟୁଥ ଆସୋସିଏସନ,ଗୋପାଳପୁର,ଗଞ୍ଜାମ,ଚୁକ୍ତିଭିତ୍ତିକ ପଶୁଚିକିତ୍ସା ଅଧିକାରୀ,ଭୁବନେଶ୍ଵରର ରାଜ୍ୟ ଗୋମିତ୍ର ମହାସଂଘ,ଏକଚାଳିଆର ଜିଲ୍ଲା ମତ୍ସ୍ୟ ଶ୍ରମିକ ସଂଘ,ଓଡିଶା ମତ୍ସ୍ୟ ସେବାସଂଘଓଡିଶା ମତ୍ସ୍ୟ ସେବାସଂଘ,ରଙ୍ଗେଇଲୁଣ୍ଡାସ୍ଥିତ ମତ୍ସ୍ୟ ମହାବିଦ୍ୟାଳୟର ଛାତ୍ରସଂଘ,ଚୁକ୍ତିଭିତ୍ତିକ ସହକାରୀ ମତ୍ସ୍ୟ ଅଧିକାରୀ,ଓଡିଶା ମଧୁରଜଳ ମତ୍ସ୍ୟ ଚାଷ ବେରୋଜଗାରସଂଘ,ଫିସଫେଡ,ନିଖିଳ ଓଡିଶା ଗୋଧନ ନିରୀକ୍ଷକ ସଂଘ,କୌଶଲ୍ୟାଗଙ୍ଗ ମତ୍ସ୍ୟ ସଂଘ,ଓମଫେଡ ଦୋକାନୀ ସଂଘ,କ୍ୟାଡର ପୁନର୍ନିବାସ,ପଦୋନ୍ନତି,ଫାଇଲିନ ଜନିତ କ୍ଷୟକ୍ଷତିର ଭରଣା,ଚାକିରି ସ୍ଥାୟୀ ଓ ନିୟମିତ ଆଦି ସମ୍ବନ୍ଧରେ ମନ୍ତ୍ରୀ ଶ୍ରୀ ମହାରଥୀ ଦୃଷ୍ଟି ଆକର୍ଷଣ କରିଥିଲେ । ସମସ୍ତ ସମସ୍ୟାର ସମାଧାନ ସହୃଦୟତାର ସହିତ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଲୋଚନା ସମୟରେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ସଚିବ ଶ୍ରୀ ବିଷ୍ଣୁପ୍ରସଦ ସେଠୀ,ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ପି.କୃଷ୍ଣମୋହନ,ବିଭାଗୀୟ ଯୁଗ୍ମ ସଚିବ ଡି.ହେମ୍ବ୍ରମ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ବିଭିନ୍ନ କ୍ୟାଡର ସମ୍ବନ୍ଧୀୟ ବିଶଦ ତଥ୍ୟ ଯୋଗାଇ ଦେଇଥିଲେ ।

Share in top social networks!