ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ପ୍ରତିହିତ ପାଇଁ ସଂକଳ୍ପ ନେବାକୁ ହେବ-ଗଣଶିକ୍ଷା ମନ୍ତ୍ରୀ

12345ବରଫାଞ୍ଚଳ ତରଳୁଛି,ସମୁଦ୍ର ଜଳପତ୍ତନ ବଢୁଛି । ବାୟୁ ମଣ୍ଡଳର ସବୁଜ ଗୃହ ଗ୍ୟାସ ମଧ୍ୟ ବଢୁଛି । ଜଳବାୟୁ ବରିବର୍ତ୍ତନ ସମ୍ପର୍କିତ ଅନେକ ଘଟଣା ଯଥା-ବନ୍ୟା,ମରୁଡି,ବାତ୍ୟା ଇତ୍ୟାଦି ବର୍ତ୍ତମାନ ଭୟଙ୍କର ଭାବରେ ଜନଜୀବନକୁ ବିପର୍ଯ୍ୟସ୍ତ କରୁଥିବା ଦେଖିବାକୁ ମିଳୁଛି । ତେଣୁ ଜଳବାୟୁ ବରିବର୍ତ୍ତନର ପ୍ରଭାବକୁ ପ୍ରତିହିତ କରିବା ପାଇଁ ଆମେ ସମସ୍ତେ ସଙ୍କଳ୍ପବଦ୍ଧ ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି ଶିଳ୍ପ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀପ୍ରସାଦ ମିଶ୍ର ଆହ୍ଵାନ ଜଣାଇଛନ୍ତି । ଆଜି ରିଜିଓନାଲ ମ୍ୟୁଜିୟମ ଅଫ୍ ନାଚୁରାଲ ହିଷ୍ଟ୍ରି ସମ୍ମିଳନୀ ଗୃହରେ ଇକୋ-କ୍ଲବ ମାଷ୍ଟର ଟ୍ରେନିଂ ପ୍ରୋଗ୍ରାମ ଉପଲକ୍ଷେ ତିନିଦିନିଆ କାର୍ଯ୍ୟକ୍ରମକୁ ଉଦଘାଟନ କରି ମନ୍ତ୍ରୀ ଶ୍ରୀ ମିଶ୍ରକହିଲେ ଯେ ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ଵାରା ଗଠିତ ଜାତୀୟ ସବୁଜ ବାହିନୀ ଏକ ସମୟୋପଯୋଗୀ ବଳିଷ୍ଠ ପଦକ୍ଷେପ । ଏହି କାର୍ଯ୍ୟକ୍ରମ ଅଧୀନରେ ୭୫୦୦ଟି ଇକୋ-କ୍ଲବ ଓ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ଆର୍ଥିକ ସହାୟତାରେ ୨୦୦୦ଟିଇକୋ-କ୍ଲବ ସମୁଦାୟ ୯୫୦୦ଟି ଇକୋ କ୍ଲବ ରାଜ୍ୟରେ କାର୍ଯ୍ୟ କରୁଛି । ଜାତୀୟ ସବୁଜ ବାହିନୀର ମୂଳ ଲକ୍ଷ ହେଲା ଛାତ୍ରଛାତ୍ରୀମାନଙ୍କ ଭିତରେ ପରିବେଶ ତଥା ତତ୍ ସମ୍ପର୍କୀୟ ସମସ୍ୟା ବିଷୟରେ ସଚେତନ କରାଇବ । ଛୋଟ ଛୋଟ କୋମଳମତି ବଳକବାଳିକାମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ତଥା ବନ୍ୟଜନ୍ତୁ ସୁରକ୍ଷା କରିବାର ମହାନ ଲକ୍ଷ୍ୟକୁ ଆଖିଆଗରେ ରଖି ଆଜି ଆମ ରାଜ୍ୟରେ ୯୫୦୦ ଟି ସ୍କୁଲର ଛାତ୍ରଛାତ୍ରୀ ମାନେ ଇକୋ-କ୍ଳବରେ କର୍ତ୍ତବ୍ୟରତ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ଇକୋ ସମାଚାର ପ୍ରତ୍ରିକାକୁ ମନ୍ତ୍ରୀ ଶ୍ରୀ ମିଶ୍ର ଲୋକାର୍ପିତ କରିଥିଲେ । ଆଗାମୀ ଦିନମାନଙ୍କରେ ଜାତୀୟ ସବୁଜ ବାହିନୀର ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ମନରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ ବୋଲି ପରିବେଶ ନିର୍ଦ୍ଦେଶକ ତଥା ଜଙ୍ଗଲ ଓ ପରିବେଶ ବିଭାଗର ସ୍ଵତନ୍ତ୍ର ସଚିବ ଶ୍ରୀ ଶଶିଭୂଷଣ ସାମନ୍ତ ପ୍ରକାଶ କରିଥିଲେ । ପରିବେଶ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶୈଳବାଳା ପାଢୀ,ରିଜିଓନାଲ ମ୍ୟୁଜିୟମ ଅଫ୍ ନାଚୁରାଲ ହିଷ୍ଟ୍ରିର ନିର୍ଦ୍ଦେଶକ ଶ୍ରୀ ଜି.ଏନ୍.ଇନ୍ଦ୍ରେଶ ଅତିଥି ଭାବେ ଯୋଗଦେଇ ଏହି ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଗଷ୍ଟ ୨୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

Share in top social networks!