ନୂତନ ରାଜ୍ୟ ନିର୍ବାଚନ କମିସନର ଡଃ ରବିନାରାୟଣ ସେନାପତିଙ୍କ କାର୍ଯ୍ୟଭାର ଗ୍ରହଣ

52750ରାଜ୍ୟର ନୂତନ ନିର୍ବାଚନ କମିସନର ଭାବେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଡଃ ରବିନାରାୟଣ ସେନାପତି ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ପୂର୍ବାହ୍ନରେ ଡଃ ସେନାପତି ରାଜ୍ୟ ନିର୍ବାଚନ କମିଶନ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ କାର୍ଯ୍ୟାଳୟ ସଚିବ ଶ୍ରୀ ଦୁଃଖୀଶ୍ୟାମ ଶତପଥିଙ୍କ ସମେତ ସମସ୍ତ ଅଧିକାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇବା ସଙ୍ଗେସଙ୍ଗେ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ଡଃ ସେନାପତି କାର୍ଯ୍ୟଭାର ଗ୍ରହଣ କରିବା ପରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ନିର୍ବାଚନ ସଙ୍କ୍ରାନ୍ତୀୟ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହାପରେ କମିସନର ବିଭାଗର ବିଭିନ୍ନ ସେକସନ ବୁଲି ଦେଖିଥିଲେ । ପ୍ରକାଶ ଥାଉକି ଡଃ ସେନାପତି ଉନ୍ନୟନ କମିସନର ପଦରୁ ୨୦୧୨ ମସିହାରେ ଅବସର ଗ୍ରହଣ କରିଥିଲେ । ରାଜ୍ୟ ସରାକରଙ୍କ ଦ୍ଵାରା ୨୦୧୩ ମସିହାରେ ଡଃ ସେନାପତି ରାଜ୍ୟର ପ୍ରଥମ ସମବାୟ ନିର୍ବାଚନ କମିସନର ଭାବେ ଅବସ୍ଥାପିତ ହୋଇ କାର୍ଯ୍ୟରତ ଥିଲେ ।

Share in top social networks!