କୈଳାସ ଚନ୍ଦ୍ର ବେଜ୍ ଙ୍କ ପୁସ୍ତକ ‘ଅନ୍ଵେଷା’ଲୋକାର୍ପିତ

MAP-9
ଅବସରପ୍ରାପ୍ତ ଗ୍ରନ୍ଥାଗାରିକ ତଥା ପ୍ରାବନ୍ଧିକ କୈଳାସଚନ୍ଦ୍ର ବେଜଙ୍କ ନୂତନ ପୁସ୍ତକ ‘ଅନ୍ଵେଷା’ଆଜି ଅପରାହ୍ନରେ ଲୋକାର୍ପିତ ହୋଇଯାଇଛି । ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସଚିବାଳୟ ଦପ୍ତରରେ ଅନୁଷ୍ଠିତ ଏକ ନିରାଡମ୍ବର ବୈଠକରେ ଏହି ପୁସ୍ତକକୁ ଲୋକାର୍ପଣ କରିଥିଲେ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ପ୍ରଖ୍ୟାତ ଔପନ୍ୟାସିକ ଡଃ ବିଭୁତି ପଟ୍ଟନାୟକ ଓ କଥାକାର ଡଃ ଅରବିନ୍ଦ ରାୟ । ପ୍ରକାଶିତ ଏହି ପୁସ୍ତକ ‘ଅନ୍ଵେଷା’ବିଶ୍ଵର ବହୁ ସଫଳ ବ୍ୟକ୍ତି ଓ ମହାପୁରୂଷ ମାନେ କହିଯାଇଥିବା ଏବଂ ମଣିଷ ଦୈନନ୍ଦିନ ଜୀବନ ଶୈଳୀରେ ତାହାର ପ୍ରଭାବ କିପରି ପଡିଥାଏ,ସେ ସମ୍ପର୍କରେ ଉଦ୍ଧୃତ ବିଶ୍ଵସ୍ତରୀୟ ବାକ୍ୟ ବା ଉଲ୍ଲଖ ବାଣୀବିହାରର ପରିଜା ଲାଇବ୍ରେରୀର ମୂଲ୍ୟବାନ ପୁସ୍ତକମାନଙ୍କରୁ ସଂଗ୍ରହ କରାଯାଇଛି । ପୃଥିବୀର ୧୨୪୭ଜଣ ବ୍ୟକ୍ତିଙ୍କର ବାକ୍ୟାଂଶ ସଂଗ୍ରହ କରାଯାଇ ପୁସ୍ତକରେ ସ୍ଥାନିତ କରାଯାଇଛି । ଏହି ଲୋକାର୍ପଣ ଉତ୍ସବରେ ଲେଖକ କୈଳାସ ଚନ୍ଦ୍ର ବେଜ୍ ଙ୍କ ସମେତ ପ୍ରଫେସର ସନ୍ତୋଷ ତ୍ରିପାଠୀ,ମନସ୍ତତ୍ଵବିତ ପ୍ରତାପ ରଥ,ପ୍ରମୁଖ ବିଶିଷ୍ଟ ସାହିତ୍ୟିକ,ସାମ୍ବାଦିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Share in top social networks!