ସର୍ବ ଭାରତୀୟ କ୍ଷୁଦ୍ର ଓ ମଧ୍ୟମ ସଂବାଦପତ୍ରର ୪୭ତମ ଜାତୀୟ ପରିଷଦ ବୈଠକ ଅନୁଷ୍ଠିତ

unnamedଆଜି ଭୁବନେଶ୍ଵରସ୍ଥ ହୋଟେଲ ହିନ୍ଦୁସ୍ଥାନ ଇଣ୍ଟରନ୍ୟାସନାଲ ଠାରେ ଓଡିଶା ଶାଖାର ସଭାପତି ଶ୍ରୀ ବିସ୍ମୟ ମହାନ୍ତିଙ୍କ ସଭାପତିତ୍ଵ ରେ ଆନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କହିଲେ ଯେ, ବର୍ତ୍ତମାନ ସମାଜରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସମ୍ବାଦ ପତ୍ର ଗୁଡିକ ଆଞ୍ଚଳିକ ସ୍ତରରେ ଘଟୁଥିବା ବିଭିନ୍ନ ଖବରକୁ ଲୋକଲୋଚନକୁ ଆଣିବାରେ ସହାୟକ ହୋଇଥାନ୍ତି । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଏହି ସଂବାଦପତ୍ର ର ଅସ୍ତିତ୍ଵ କେବେହେଲେ ଲୋପ ପାଇବାକୁ ଦିଆଯିବ ନାହିଁ । ସେଥିପାଇଁ ଯଥାସାଧ୍ୟ ସାହାଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ଓରାମ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶାର ମାନ୍ୟବର ରାଜ୍ୟପାଳ ଏସସି ଜମିର ,ସମ୍ମାନିତ ଅତିଥି ଭାବେ ପ୍ରେସ୍ କାଉନ୍ସିଲର ଅଫ ଇଣ୍ଡିଆର ଅଧ୍ୟକ୍ଷ ଜଷ୍ଟିସ ମାର୍କଣ୍ଡେୟ କାଟଜୁ,କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଘର ଅଖିଲ ଭାରତୀୟ ସଭାପତି ଶ୍ରୀ ଗୁରିନ୍ଦର ସିଂହ,ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ,ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ,ସାଂସଦ ଶ୍ରୀ ପ୍ରସନ୍ନ କୁମାର ପାଟ୍ଟଶାଣୀ ଓ ରବୀନ୍ଦ୍ର କୁମାର ଜେନା ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅପରାହ୍ନରେ କେନ୍ଦ୍ର ଆଦିବାସୀ ବ୍ୟପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଭାରତୀୟ ରେଳ ମଜଦୁର ସଂଘ ଦ୍ଵାରା ମଞ୍ଚେଶ୍ଵର ଠାରେ ଥିବା ରେଳଡବା କାରଖାନା ପରିସରରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ । ଏହା ପୂର୍ବରୁ ମନ୍ତ୍ରୀ ଶ୍ରୀ ଓରାମଙ୍କୁ ସଂଘର କର୍ମକର୍ତ୍ତାମାନେ ଏକ ଭବ୍ୟ ମୋଟର ସାଇକେଲ ରାଲି କରି ଚନ୍ଦ୍ରଶେଖରପୁର ଓମଫେଡ୍ ଛକରୁ ପାଛୋଟି ନେଇଥିଲେ । ଏହି ସଭାରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଓରାମ କହିଲେ ଯେ କୌଣସି ସଂସ୍ଥା ବଞ୍ଚିରହିଲେ ଶ୍ରମିକ ମାନେ ବଞ୍ଚି ରହିବେ । ତେଣୁ କେବଳ ଯେ ବିରୁଦ୍ଧତ୍ମକ ଆଭିମୁଖ୍ୟ ନେଇ ଶ୍ରମିକ ସଂଗଠନ ଚଳାଇଲେ ସୁଫଳ ମିଳେନା । କଠୋର ପରିଶ୍ରମ,ସଂପୂର୍ଣ୍ଣ ସହଯୋଗ ଦେଇ ନିଜର ଉଚିତ ପ୍ରାପ୍ତ ହାସଲ କରିବା ଲକ୍ଷ୍ୟନେଇ ଶ୍ରମିକ ସଂଗଠନ କାର୍ଯ୍ୟକରିବା ଉଚିତ । ଭାରତୀୟ ମଜଦୁର ସଂଘର ରାଷ୍ଟ୍ରୀୟ ଉପସଭାପତି କେ.ଏନ୍ ଶର୍ମା ,ବିଜେପି ବିଧାୟକ ଶ୍ରୀ ବିଭୁତି ଭୂଷଣ ହରିଚନ୍ଦନ,ସଂଘର ଉପଦେଷ୍ଠା ଶ୍ରୀ ଅଭୟ କୁମାର ସାମନ୍ତରାୟ,ବିଜେପି ନେତା ସୁବାସ ଚୌହାନ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!