ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଊତ୍ସବର ପଞ୍ଚମ ଦିବସର ସନ୍ଧ୍ୟା କାର୍ଯ୍ୟକ୍ରମ ଓଡିଶୀ ସଙ୍ଗୀତ ଏବଂ ବାଦ୍ୟର ମୂର୍ଛନାରେ ନିନାଦିତ

Lopamudra-Jena-&-Puspa-Pandaରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ଗବେଷଣା କେନ୍ଦ୍ର ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଉଶ୍ଚବ ର ଆଜି ଥିଲା ପଞ୍ଚମ ଦିବସ | କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଦଳଗତ ନୃତ୍ୟ ଶିବପଞ୍ଚାକ୍ଷର ଯାହାକୁ ପରିବେଷଣ କରିଥିଲେ ପାରାଦ୍ଵୀପ ର ସାଗରିକା କଳା ନିକେତନର କଳାକାର ମାନେ | ଉଦୟମାନ ନୃତ୍ୟ ଶିଳ୍ପୀ ଲକିପ୍ରଜ୍ଞା ପ୍ରତିଷ୍ଟିତ ମହାନ୍ତି ଏକକ ନୃତ୍ୟରେ ପରିବେଷଣ କରିଥିଲେ ଗୀତଗୋବିନ୍ଦ ରୁ କୁରୁ ଯଦୁ ନନ୍ଦନ | ଅଭିନୟରେ ବନମାଳି ଙ୍କ ରଚନା ମଧୁର ବଚନ କହନ୍ତି ମୋହନକୁ ସାଗରିକା ମହାନ୍ତି | ଦ୍ଵୈତ ନୃତ୍ୟରେ ଲପାମୁଦ୍ରା ଜେନା ଏବଂ ପୁଷ୍ପା ପଣ୍ଡା ଅଭିନୟରେ ସଜନୀଲୋ ଚହାଁ ବାରେକୁ ସୁନ୍ଦର ଭାବରେ ପ୍ରଦର୍ଶନ କରିଥିଲେ ଏବଂ ପରେ ଆମେରିକାର କୋଲିନା ଶକ୍ତି କିର୍ବାଣୀ ପଲ୍ଲବୀ କୁ ପରିବେଷଣ କରି ଦର୍ଶକ ଙ୍କୁ ଆନନ୍ଦିତ କରିଥିଲେ |

ସନ୍ଧ୍ୟା ଅଧିବେଶନ ଆରମ୍ଭ ହୋଇଥିଲା ପ୍ରଖ୍ୟାତ ନୃତ୍ୟଗୁରୁ ଦୂର୍ଗା ଚରଣ ରଣବୀର ଙ୍କର କୃଷ୍ଣ ମଙ୍ଗଳା ଚରଣ ଏବଂ ଅଷ୍ଟପଦୀ ଗୀତଗୋବିନ୍ଦରୁ ମାମିୟଂ ଚଳିତ ବିଲୋକ୍ୟ ଅଭିନୟ ଅତି ଭାବପୂର୍ଣ ହୋଇଥିଲା | ଚଳିତ ବର୍ଷ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦ୍ଵାରା ସମ୍ମାନିତ ଶ୍ରୀମତୀ ଶର୍ମୀଲା ବିଶ୍ଵାସ ରାଗ ଚାରୁକେଶି ଉପରେ ଆଧାରିତ ଏକ ଅଭିନବ ଶୁଦ୍ଧ ନୃତ୍ୟ ସ୍ଵର ବିଳାସ ପରିବେଷଣ କରିଥିଲେ | ପ୍ରତିଷ୍ଟିତ ନୃତ୍ୟଶିଳ୍ପୀ ଗୁରୁ ମନୋରଞ୍ଜନ ପ୍ରଧାନ ଅଭିନୟରେ ଆହେ ନୀଳ ଶୈଳ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ | ଦ୍ଵୈତ ନୃତ୍ୟରେ ଓଡିଶା ଡାନ୍ସ ଏକାଡେମୀ ର ବିଜନ ପଲାଇ ଓ ରୁଦ୍ର ପ୍ରସାଦ ସ୍ଵାଇଁ କୃଷ୍ଣ ଗାଥାକୁ ଅତି ଚମତ୍କାର ଭାବେ ପରିବେଷଣ କରିଥିଲେ | ପରେ ପରେ ବିଶିଷ୍ଟ ନୃତ୍ୟାଙ୍ଗନା କବିତା ଦ୍ଵିବେଦୀ ଅଭିନୟରେ କବି ବନମାଳୀ ଙ୍କ ରଚିତ ଶ୍ୟାମ ଶମ କମନୀୟ ଓ ପରେ କାହିଁକି ନ ଆଇଲେ କୁଞ୍ଜକୁ ଆଜି ପରିବେଶଣ କରି ଦର୍ଶକଙ୍କୁ ମୁଗ୍ଧ କରିଥିଲେ |

ଏକକ ନୃତ୍ୟରେ ଆମେରିକା ନିବାସୀ ନୃତ୍ୟ ଶିଳ୍ପୀ ଜ୍ୟୋତି ରାଉତ ହନୁମାନ ପ୍ରସଙ୍ଗକୁ ଅଭିନୟରେ ଅବତାରଣା କରିଥିଲେ | ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ରମଣୀ ରଞ୍ଜନ ଜେନା ଗୀତ ଗୋବିନ୍ଦର ଅଷ୍ଟପଦବୀ ରୁ କୁରୁ ଯଦୁ ନନ୍ଦନକୁ ଭାବାବେଗ ସହିତ ଅତି ଚମତ୍କାର ଭାବେ ପରିବେଷଣ କରିଥିଲେ | ଗୁରୁ ସୁବାସ ସ୍ଵାଇଁ ଙ୍କ ନିର୍ଦ୍ଧେଶିତ ନୃତ୍ୟାଙ୍ଗନାର ଶିଳ୍ପୀମାନେ ପଞ୍ଚଦେବୀ ନମସ୍ତୁତେ ସହିତ ଗୁରୁ ଅଶୋକ ଘୋଷାଳ ଙ୍କ ନିର୍ଦେଶନାରେ ନୃତ୍ୟଶାଳାର ଶିଳ୍ପୀମାନେ ଶ୍ରୀ ଜୟଦେବଙ୍କ ଉପରେ ଅଭିନୟ ପରିବେଷଣ କରିଥିଲେ | ଏହି ଆନ୍ତର୍ଜାତୀୟ ନୃତ୍ୟ ଉଶ୍ଚବ କୁ ପଞ୍ଚମ ଦିବସ ଶେଷ ସୁଦ୍ଧା ୬୭୩୦ ଜଣ ଦେଶୀୟ ଓ ୧୪୭ ଜଣ ବିଦେଶୀ ଦର୍ଶକ ଉପଭୋଗ କରିଥିଲେ | ପୂର୍ବାହ୍ନ ରେ ବିଶିଷ୍ଟ ନୃତ୍ୟାଙ୍ଗନା,ଗବେଷିକା ଏବଂ ସମାଲୋଚକ ମାନଙ୍କୁ ନେଇ ଓଡିଶୀ ନୃତ୍ୟ ଉପରେ ଏକ ଆଲୋଚନା ଚକ୍ର ହୋଇଥିଲା | ଏଥିରେ ଡକ୍ଟର ପ୍ରିୟମ୍ବଦା ମହାନ୍ତି ହେଜମାଦୀ, ଡକ୍ଟର ମିନତୀ ମିଶ୍ର, କୁମ୍-କୁମ୍ ମହାନ୍ତି ସହିତ ବିଶିଷ୍ଟ ନୃତ୍ୟଶିଳ୍ପୀ ମାନେ ଅଂଶଗ୍ରହଣ କରିଥିଲେ |

ଆଜି ସନ୍ଧ୍ୟା ର ଅତିଥି ଥିଲେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀଯୁକ୍ତ ସୁର୍ଜ୍ୟନାରାୟଣ ପାତ୍ର , ଇଣ୍ଡିଆନ୍ ସିମେନ୍ସେ ର ନିର୍ଦେଶକ ଶ୍ରୀ ଆଇ. ଗୋପୀନାଥ , ପ୍ରିନ୍ସିପାଲ ଏକାଉଟାଣ୍ଟ ଜେନେରାଲ ଶ୍ରୀ ଗାର୍ଗୀ କର, ବିଶିଷ୍ଟ ମର୍ଦଳ ବାଦକ ଗୁରୁ ଧନେଶ୍ଵର ସ୍ଵାଇଁ ଏବଂ ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଗୁରୁ ରାମହାରି ଦାସ | କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ରୀନିବାସ ଘଟୁଆରୀ ଏବଂ ଶିବଙ୍ଗୀ ମହାପାତ୍ର |

Share in top social networks!