“ଦି ଇଣ୍ଟେଲେକ୍ଟସ୍”ର ହାର୍ଦ୍ଦିକ ଅଭିନନ୍ଦନ

unnamed
ନୂଆଦିଲ୍ଲୀସ୍ଥିତ ଓଡିଆ ବୁଦ୍ଧିଜୀବୀଙ୍କ ମିଳିତ ଫୋରମ “ ଇଣ୍ଟେଲେକ୍ଟସ ଓଡିଶା ଫାଉଣ୍ଡେସନ”ଆନୁକୁଲ୍ୟରେ ଆମେରିକା ସ୍ଥିତ କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରତିନିଧି ଦଳଙ୍କୁ ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିର ପରିସରରେ ଭବ୍ୟ ସ୍ଵାଗତ କରାଯାଇଅଛି । ଗତ ୨୨ଜୁଲାଇରୁ ଏହି ପ୍ରତିନିଧି ଦଳ ଓଡିଶାରେ ପ୍ରୋ: ତ୍ରିଲୋଜି ଏନ୍ ଫଣ୍ଡେ ଓ ପ୍ରୋ: ଅନ୍ନପୂର୍ଣ୍ଣା ପାଣ୍ଡେଙ୍କ ତତ୍ଵାବଧାନରେ ବିଭିନ୍ନ ଐତିହାସିକ ତଥା ସଂସ୍କୃତିକ ସ୍ଥାନ ଭ୍ରମଣ କରି ଓଡିଶାର କଳା,ସଂସ୍କୃତି,ଭାଷା,ସାମାଜିକ ଚାଲିଚଳନୀ,ସ୍ୱାସ୍ଥ୍ୟ ବ୍ୟବସ୍ଥା,ଶିକ୍ଷା ବ୍ୟବସ୍ଥା ର ଅନୁଧ୍ୟାନ କରିଛନ୍ତି । ସେମାନଙ୍କର ଏହି ପ୍ରୟାସକୁ ସମ୍ମାନ ଦେବା ପାଇଁ ନୂଆଦିଲ୍ଲୀ ସ୍ଥିତ ଅଗ୍ରଗାମୀ ଓଡିଆ ସଂଗଠନ ‘ଦି ଇଣ୍ଟେଲେକ୍ଟସ’ ଓଡିଆ ଡାଏରୀ,ଓଡିକାର୍ଟ ଡଟ କମ୍,ଓଡିଆ ରେଡିଓ ଓ ତ୍ୟାଗରାଜ ଜଗନ୍ନାଥ ମନ୍ଦିରର ମିଳିତ ଉଦ୍ୟମ “ଇଣ୍ଟେଲେକ୍ଟସ ଓଡିଶା ଫାଉଣ୍ଡେସନ” ମାଧ୍ୟମରେ ସଫଳତାର ସହିତ ପାଳନ କରାଯାଇଛି । ସଂଗଠନର ଅଧ୍ୟକ୍ଷ ଶ୍ରୀ ଦେବେନ୍ଦ୍ର ନାଥ ରାଉତଙ୍କ ଅଧ୍ୟକ୍ଷତାରେ ଉକ୍ତ ସମାରୋହରେ ବହୁ ଓଡିଆ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ମଧ୍ୟରୁ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଶ୍ରୀଯୁକ୍ତ ଅରୁଣ କୁମାର ମହାନ୍ତି,ଆଇ ଆଇ ଟି ଦିଲ୍ଲୀର ପ୍ରଧ୍ୟାପକ ଶ୍ରୀଯୁକ୍ତ ଏଲ ଏମ ଦାଶ,ରାଜ୍ୟସଭାର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଏସ୍.ଏନ୍.ସାହୁ,ବରିଷ୍ଠ ଆଇଏଏସ ପ୍ରସନ୍ନ ଦାଶ,ବରିଷ୍ଠ ସମାଜସେବୀ ବିରଜା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଏହି ବିରଳ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶ୍ରୀ ରଶ୍ମୀ ରଞ୍ଜନ ପରିଡା,ଆଦିତ୍ୟ ମହାନ୍ତି,ସହସ୍ରାଂଶୁ ମହାପାତ୍ର,ସିତାଂଶୁ ମହାପାତ୍ର,ଦେବରାଜ ମହାନ୍ତି,ପ୍ରେମାନନ୍ଦ ସ୍ଵାଇଁ,କାମଦେବ ବିଶ୍ଵାଳ,ସଂଗ୍ରାମ ଧର,ହୃଷୀକେଶ ସାହୁ ,ସଞ୍ଜୟ ପରିଡା ପ୍ରମୁଖ ପ୍ରୟାସ କରିଥିଲେ । ପ୍ରାରମ୍ଭରେ ମନ୍ତ୍ରଧ୍ୱନୀ,ଶଙ୍ଖଧ୍ଵନୀ ମଧ୍ୟରେ ଅତିଥି ମାନଙ୍କୁ ତିଳକ ଚନ୍ଦନ ଓ ପୁଷ୍ପମାଲ୍ୟାରେ ମନ୍ଦିରର ପୂଜକ ମାନେ ସ୍ଵାଗତ କରିଥିଲେ । ତତପରେ ସ୍ଵାଗତ ଭାଷଣ କରିଥିଲେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବେନ୍ଦ୍ର ରାଉତ ଓ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଶ୍ରୀଯୁକ୍ତ ସଂଗ୍ରାମ ଧର । ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିବା ପରେ ଉପସ୍ଥିତ ବୁଦ୍ଧିଜୀବୀ ମାନେ ଓଡିଶା ଓ ଆମେରିକାର ସାଂସ୍କୃତିକ ସମ୍ବନ୍ଧ ବିଷୟରେ ଆଲୋଚନା କରିଥିଲେ । ଶେଷରେ ଜଗନ୍ନାଥ ମନ୍ଦିରର ସମ୍ପାଦକ ଶ୍ରୀ କାମଦେବ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!