ରାଜ୍ୟରେ କାର୍ଯ୍ୟକାରୀ ହେବ ‘ମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି ସୃଷ୍ଟି ଯୋଜନା’ ୫ ବର୍ଷରେ ୧୧ଲକ୍ଷରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି

tn_14-8-2014=1ରାଜ୍ୟରେ ଯୁବକ ଯୁବତୀ ମାନଙ୍କ ଦକ୍ଷତା ବୃଦ୍ଧି କରାଯାଇ ବ୍ୟାପକ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି ଯୋଜନା’ କାର୍ଯ୍ୟକାରୀ କରାଯିବ । ଆଜି ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି କରାଯାଇଛି । ଏହି ଯୋଜନାରେ ରାଜ୍ୟରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ ପ୍ରତିବର୍ଷ ୨ଲକ୍ଷରୁ ଅଧିକ ଯୁବକ ଯୁବତୀ ଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗ୍ରାମାଞ୍ଚଳରେ ପିଲାମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଗୁରୁତ୍ଵ ଆରୋପ କରିଥିଲେ । ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଅନ୍ୟୁନ ୧୫୦ଜଣ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି କରାଯିବ । ୫ ବର୍ଷରେ ଗ୍ରାମାଞ୍ଚଳରେ ୯.୩୫ଲକ୍ଷରୁ ଅଧିକ ଓ ସହରାଞ୍ଚଳରେ ୧.୭ଲକ୍ଷରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି କରାଯିବ । ରାଜ୍ୟସ୍ତରରେ ବୈଷୟିକ ଶିକ୍ଷା,ନିଯୁକ୍ତି ଓ ତାଲିମ ବିଭାଗ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ । ବ୍ଲକ ସ୍ତରରେ DRDA ଏହି ତାଲିମ କାର୍ଯ୍ୟକ୍ରମର ତଦାରଖ କରିବେ ଓ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସହାୟତା କରିବ । ଏଥିରେ ନିଯୁକ୍ତି ଦକ୍ଷତା ବୃଦ୍ଧି ,ବ୍ୟାଙ୍କ ସହାୟତା ଓ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା ରହିବ । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ କୁ ପ୍ରତି୨ମାସରେ ଥରେ ଏବଂ ମୁଖ୍ୟ ଶାସନ ସଚିବ ଏହାକୁ ପ୍ରତିମାସରେ ଥରେ ସମୀକ୍ଷା କରିବେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ,ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗ ଶାସନ ସଚିବ ମାନେ ଉପସ୍ଥିତ ଥିଲେ ।

Share in top social networks!