ରାଜଧାନୀର ୭ଟି ସ୍ଥାନରେ ଚିଲିକା ଫ୍ରେସ୍ ଖୋଲିବ

MAP-8
ରାଜଧାନୀର ଶିରିପୁର ଛକରେ ‘ଚିଲିକା ଫ୍ରେସ’ଖୁବ ଶୀଘ୍ର ଖୋଲିବ । ତଟକା ଚିଲିକା ଚିଙ୍ଗୁଡି ଓ କଙ୍କଡା,ସାମୁଦ୍ରିକ ମାଛ,ଦେଶୀ ମାଛ,ଛେଳିମାଂସ ଓ କୁକୁଡା ମାଂସ ବଜାର ଦରଠାରୁ କମ ମୂଲ୍ୟରେ ରାଜଧାନୀ ବାସୀ ପାଇପାରିବେ ବୋଲି କୃଷି,ମତ୍ସ୍ୟ ପ ପଶୁସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ପ୍ରକାଶ କରିଛନ୍ତି । ପ୍ରାଥମିକ ସ୍ତରରେ ରାଜଧାନୀର ୭ଟି ସ୍ଥାନରେ ଏହି ଶୀତତାପ ନିୟନ୍ତ୍ରଣ ‘ଚିଲିକା ଫେସ୍’ଖୋଲିବ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତି । ଓୟୁଏଟି ପରିସରରେ ଶିରିପୁର ଛକରେ ହେବାକୁ ଥିବା ‘ଚିଲିକା ଫ୍ରେସ’ପାଇଁ ଘର କାମ ଆରମ୍ଭ ହୋଇଛି । ସରକାରଙ୍କ ଦ୍ଵାରା ପ୍ରସ୍ତୁତ ହେବାକୁ ଥିବା ଏହି ଘର ଆସନ୍ତା ସେପ୍ଟେମ୍ବର ୧୭ତାରିଖରେ ଉଦଘାଟିତ ହେବ । ମାଛ,ମାଂସ,ଅଣ୍ଡା,ଚିଙ୍ଗୁଡି,କଙ୍କଡା ଆଦି ବିକ୍ରୟ ପାଇଁ ଅଲଗାଅଲଗା କାଉଣ୍ଟର ଖୋଲାଯିବ । ‘ଚିଲିକା ଫ୍ରେସ୍’ଖୋଲାଯିବା ପରେ ଜନସାଧାରଣ ଗୋଟିଏ ସ୍ଥାନରେ ତଟକା ମାଛ,ମାଂସ ପାଇପାରିବେ । ପ୍ରତିଦିନ ପାରାଦ୍ଵୀପ,ଗୋପାଳପୁର,ଆସ୍ତରଣ,ଚିଲିକା ଆଦି ଅଞ୍ଚଳରୁ ମାଛ,କଙ୍କଡା ସହଜରେ ଓ ସୁବିଧାରେ ଏଠାରେ ପହଞ୍ଚି ପାରିବା ଭଳି ବ୍ୟବସ୍ଥା କରାଯାଇଛି । ରାଜଧାନୀ ଉପକଣ୍ଠରେ ଥିବା ମାଛ ଚାଷୀଙ୍କଠାରୁ ମାଛ ଅଣାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ ସୂଚନା ଦେଇଛନ୍ତି ।

Share in top social networks!