ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ର କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ରାଜ୍ୟ ବିଜେପି ନେତୃତ୍ଵ

unnamedରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ,କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବିଜେପି ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣସିଂହ,ବିଜେପି ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ବିଶ୍ଵଭୂଷଣ ହରିଚନ୍ଦନ ଓ ଶ୍ରୀ ବିଜୟ ମହାପାତ୍ର,ପୂର୍ବତନ ସାଂସଦ ଶ୍ରୀ ସୁରେନ୍ଦ୍ର ଲାଠ,ରାଜ୍ୟ ଉପାଧ୍ୟକ୍ଷ ଶ୍ରୀ ପୃଥ୍ଵୀରାକ ହରିଚନ୍ଦନ,ରାଜ୍ୟ ସାଧାରଣ ସମ୍ପାଦକ ନୟନ କିଶୋର ମହାନ୍ତି ପ୍ରମୁଖ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କୁ ସଂସଦ ଭବନରେ ଥିବ ତାଙ୍କ ପ୍ରକୋଷ୍ଠରେ ଭେଟି ଆଲୋଚନା କରିଥିଲେ । ଚଳିତ ବନ୍ୟା ଦ୍ଵାରା ରାଜ୍ୟର ବହୁ ଅଞ୍ଚଳ ପ୍ରଭାବିତ ହେବା ସହିତ ବ୍ୟାପକ କ୍ଷୟକ୍ଷତି ଓ ଧନଜୀବନ ନଷ୍ଟ ହୋଇଛି । ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡିଶା ପଠାଇ ଏହି କ୍ଷୟକ୍ଷତିର ଆକଳନ କରି ରାଜ୍ୟ ପାଇଁ ଆବଶ୍ୟକୀୟ କ୍ଷତିପୂରଣ ଭରଣା କରିବା ସହିତ ଅତିଶୀଘ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଓଡିଶା ଗସ୍ତ କରିବାକୁ ରାଜ୍ୟ ନେତୃତ୍ଵ ପ୍ରସ୍ତାବ ଦେଇଥିଲେ । ଆଗାମୀ ୨୦୧୫ରେ ପୁରୀରେ ହେବାକୁ ଥିବା ଶ୍ରୀ ଜଗନ୍ନାଥଙ୍କ ନବକଳେବର ଦୃଷ୍ଟିରୁ ପୃଥିବୀର କୋଣ ଅନୁକୋଣରୁ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେବାର ଅଛି । ତେଣୁ ଏହି ଯାତ୍ରାକୁ ସବୁଦୃଷ୍ଟିରୁ ସଫଳ କରିବା,ବିଶେଷକରି ଆଇନ ଶୃଙ୍ଖଳା ପ୍ରତି ଦୃଷ୍ଟିଦେବକୁ ରାଜ୍ୟ ନେତୃତ୍ଵମଣ୍ଡଳୀ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ଆଲୋଚନା ପରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏସବୁ କାର୍ଯ୍ୟର ତଦାରଖ କରିବା ସହ ସ୍ଵତନ୍ତ୍ର ଧ୍ୟାନ ଦେବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ ।

Share in top social networks!