ପୌର ପରିଷଦ ଓ ମହାନଗର ନିଗମ ଗୁଡିକର କଲେଜରେ ସିଟ ସଂଖ୍ୟା ୨୦ପ୍ରତିଶତ ବୃଦ୍ଧି

MAP-2
ରାଜ୍ୟର ବିଭିନ୍ନ ପୌରପରିଷଦ ଓ ମହାନଗର ନିଗମ ଅଞ୍ଚଳରେ ଥିବା ସରକାରୀ +୨ଓ +୩ କଲେଜ ଗୁଡିକରେ ଆସନ ସଂଖ୍ୟା ବର୍ତ୍ତମାନର ଆସନ ସଂଖ୍ୟାଠାରୁ ୨୦ପ୍ରତିଶତ ଅଧିକ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜି ଏସଙ୍କ୍ରାନ୍ତୀୟ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟଯେ ପୂର୍ବରୁ କ୍ଲବ ଓ NAC ଗୁଡିକରେ ଥିବା +2ଓ +3 କଲେଜର ସିଟ ସଂଖ୍ୟା 20ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏହି ବର୍ଦ୍ଧିତ ସିଟ ନିଷ୍ପତ୍ତି ଚଳିତ ୨୦୧୪-୧୫ ବର୍ଷଠାରୁ ଲାଗୁ ହେବ । ତେବେ ଯେଉଁ ସରକାରୀ କଲେଜରେ ୨୫୬ରୁ ଅଧିକ ସିଟ ଅଛି ସେଠାରେ ସିଟ,ସଂଖ୍ୟା ୧୦ପ୍ରତିଶତ ବୃଦ୍ଧି ହେବ । self finensing course ଥିବା ଆସନ ଗୁଡିକ ପାଇଁ ଏହି ବୃଦ୍ଧି ନିଷ୍ପତ୍ତି ଲାଗୁହେବ ନାହିଁ ।

Share in top social networks!