ଜାନୁଆରୀ ୧ରୁ ଆନ୍ତର୍ଜ୍ୟାତୀୟ ଶିଳ୍ପ ଓ ବାଣିଜ୍ୟମେଳା ଭୂବନେଶ୍ଵରରେ ଆୟୋଜିତ ହେବ

ଜାନୁୟାରୀ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ରେ ଓଡିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ର ଆନ୍ତର୍ଜ୍ୟାତୀୟ ଶିଳ୍ପ ଓ ବାଣିଜ୍ୟ ମେଳା ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ | ଇଡକୋ ପ୍ରଦର୍ଶନୀ ପଡିଆରେ ଶିଳ୍ପ ବିଭାଗ ଏବଂ ଭାରତ ସରକାରଙ୍କର ଜାତୀୟ କ୍ଷୁଦ୍ରଶିଳ୍ପ ନିଗମର ମିଳିତ ଉଦ୍ୟମରେ ଆୟୋଜିତ ଏହି ବାଣିଜ୍ୟ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଓ ବିଦେଶରୁ ପ୍ରାୟ ୩୦୦ରୁ ଉର୍ଦ୍ଧ ଶିଳ୍ପ ସଂସ୍ଥା ସେମାନଙ୍କର ଉତ୍ପାଦନ, ବୈଷୟିକ ଜ୍ଞାନ କୌଶଳ ଆଦି ପ୍ରଦର୍ଶନ କରିବେ |
27-12-2012=4 (1)
ଏ ସମ୍ବନ୍ଧ ରେ ସଚିବାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ବିଶଦ ସୂଚନା ଦେଇ ଅଣୁ, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡାଃ ଦାମୋଦର ରାଉତ କହିଲେ ଯେ, ଏହି ଆନ୍ତର୍ଜ୍ୟାତୀୟ ବାଣିଜ୍ୟ ତଥା ଶିଳ୍ପ ମେଳା ରାଜ୍ୟର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ଏକ ଅପୂର୍ବ ସୁଯୋଗ | ଉଦ୍ୟୋଗୀମାନେ ଦେଶ ବିଦେଶର ବିଭିନ୍ନ ଯନ୍ତ୍ରପାତିର କାର୍ଯ୍ୟକାରିତା ସ୍ଵଚକ୍ଷୁ ରେ ଦେଖିପାରିବେ | ସେମାନଙ୍କ ଉତ୍ପାଦିତ ଦ୍ରବ୍ୟାଦିର ବିପଣନ ପାଇଁ ଉତ୍କୃଷ୍ଟ ବଜାରର ସୁବିଧା ମିଳିପାରିବ | ସମସ୍ତ କ୍ରେତାମାନେ ଏକାଠି ହେବେ ଓ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ପ୍ରତିଦ୍ୱନ୍ଦିତା ସୃଷ୍ଟି ହେବ | ବୃହତ ଉଦ୍ୟୋଗ, ସରକାରୀ ବିଭାଗ ଓ ବିଭିନ୍ନ ଋଣ ପ୍ରଦାନକାରୀ ସଂସ୍ଥା ଏକତ୍ରିତ ହୋଇ ଉଦ୍ୟୋଗୀ ମାନଙ୍କ ଋଣ ଆବଶ୍ୟକତା କୁ ମେଣ୍ଟାଇ ପାରିବେ ଓ ଓଡିଶାର ବେକାରୀ ଯୁବକ ଯୁବତୀ ମାନଙ୍କୁ ନୃତନ ବ୍ୟବସାୟ ର ସୁଯୋଗ ମିଳିବ ବୋଲି ଡାଃ ରାଉତ ପ୍ରକାଶ କରିଥିଲେ |

ବିଭାଗୀୟ ସଚିବ ଶ୍ରୀ ଡି.କେ.ସିଂ ଓ ବିଭାଗୀୟ ସ୍ଵତନ୍ତ୍ର ସଚିବ ଶ୍ରୀ ପଞ୍ଚାନନ ରାଉତ ସାମ୍ବାଦିକ ମାନଙ୍କୁ ଏହି ଶିଳ୍ପ ଓ ବାଣିଜ୍ୟ ମେଳା ସମ୍ବଦ୍ଧୀୟ ବହୁ ତଥ୍ୟ ଯୋଗାଇ ଦେଇଥିଲେ | ସୂଚନା ଯୋଗ୍ୟ ଯେ, ଏହି ମେଳାରେ ୨୦ଟି ବୃହତ ଉଦ୍ୟୋଗ ଓ ୨୦୦ଟି ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଉତ୍ତର ପୂର୍ବାଞ୍ଚଳ ରୁ ୨୦ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶ୍ରୀଲଙ୍କା ଓ ବାଙ୍ଗଲାଦେଶରୁ ଶିଳ୍ପ ଦ୍ୟୋଗ, ୧୫ଟି ବୃହାତ ବ୍ୟାଙ୍କ, ରେଳବାଇ, ପ୍ରତିରକ୍ଷା, ଯୋଗାଯୋଗ ବିଭାଗ ଆଦି ଅଂଶଗ୍ରହଣ କରୁଛନ୍ତି | ଏଣିକି ପ୍ରତ୍ୟକ ବର୍ଷ ଏହି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ର ଶିଳ୍ପ ଓ ବାଣିଜ୍ୟ ମେଳା ୧୫ ଦିନ ପାଇଁ |

Share in top social networks!