ଶ୍ରୀ ଜଗନ୍ନାଥଙ୍କ ରଥ ଚକ ଗଡ଼ିଲା ଭାଙ୍କୁଭର ବେଳାଭୂମିରେ…

rathayatraଜଗତର ନାଥଙ୍କ ରଥଯାତ୍ରା ପ୍ରବଳ ଜନସମାଗମ , ହରିବୋଲ , ନାମ ସଂକୀର୍ତ୍ତନ ଆଉ ଘଣ୍ଟ ମୃଦଙ୍ଗର ସହର୍ଷ ଧ୍ୱନୀରେ, ଭାଙ୍କୁଭରର ବିଶ୍ୱବିଖ୍ୟାତ ବେଳାଭୂମିରେ ଆଜି ପାଳନ ହୋଇଛି । ହୋୱେ ସମୁଦ୍ର ତଟରୁ ଦ୍ୱିତୀୟ ସମୁଦ୍ର କୂଳଯାଏଁ ହଜାର ହଜାର ଭକ୍ତ ରଥକୁ ଟାଣି ନେଇଥିଲେ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଜଗତନାଥଙ୍କ ଏହି ରଥଯାତ୍ରା ସମସ୍ତଙ୍କ ଦ୍ୱାରା ଅତି ଭକ୍ତିର ସହ ପାଳନ ହୋଇଥିଲା ।
ଏହି ଉତ୍ସବରେ ମେଳା, ସଂକୀର୍ତ୍ତନ, ଶିଶୁମାନଙ୍କ ନିମନ୍ତେ ବିଭିନ୍ନ ଧାର୍ମିକ ଆଉ ମାର୍ମିକ ପ୍ରସଙ୍ଗର ଅବତାରଣା, ଯୋଗ, ଶୁଦ୍ଧ ନିରାମିଷ ଆହାର ପ୍ରସ୍ତୁତି, ପ୍ରଭୃତି ବିଷୟରେ ଭକ୍ତମାନଙ୍କୁ ଜ୍ଞାନ ଦିଆଯାଇଥିଲା । ଭାଙ୍କୁଭରରେ ବସବାସ କରୁଥିବା ଓଡ଼ିଆଙ୍କ ସଂଘ ( ଭାଙ୍କୁଭର ଓଡ଼ିଆ ପରିବାର – ଲଭ୍‌ ବିସି) ଏହି ଜନସମୁଦ୍ରକୁ ତରଭୂଜ ମୁକ୍ତ ବିତରଣ କରିଥିଲେ। ଭାଙ୍କୁଭର ଓଡ଼ିଆ ପରିବାର ଦ୍ୱାରା ପ୍ରାୟୋଜିତ ନାମ ସଂକୀର୍ତ୍ତନ ଭକ୍ତମାନଙ୍କୁ ମନ୍ତ୍ରମୁଗ୍‌ଧ କରି ରଖିଥିଲା।
ଏହା ଓଡ଼ିଶାର ନାଥ ଜଗନ୍ନାଥଙ୍କ ଜଗତ ମହୋତ୍ସବ ଥିଲା। ଆଜିର ଦିନକୁ ଇସ୍କନର ପ୍ରତିନିଧି ମାନେ ମର୍ତ୍ତର ବୈକୁଣ୍ଠ ରୂପେ ନାମିତ କରିଥିଲେ ।
ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!

Share in top social networks!