ରଣପୁର ନିର୍ବାଚନ ମଣ୍ଡଳୀରେ ଏକ ଅଦୃଶ୍ୟ ଫୁଲର ଦୃଶ୍ୟ ମାନ

unnamedରଣପୁର ନିର୍ବାଚନ ମଣ୍ଡଳୀରେ ଏକ ଅଦୃଶ୍ୟ ଫୁଲର ଦୃଶ୍ୟ ମାନ ହୋଇଛି । ଯେଉଁ ଫୁଲ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ବାସଭବନରେ ଫୁଟିଥିଲା । ଏହି ଫୁଲକୁ ନେଇ ଓଡିଶାର ବହୁ ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ ଓ ବହୁ ଚର୍ଚ୍ଚିତ ହୋଇଥିଲା । ଦେଖାଯାଇଥିଲା ନବୀନଙ୍କ ନିବାସରେ ସାମ୍ବାଦିକ ମାନଙ୍କ ଭିଡ । କ’ଣ ଫୁଲ , କି ଫୁଲ ,ପରି ପଚରା ଉଚରା ହୋଇଥିଲା । ସେତେବେଳେ ଜଣାପଡିଥିଲା ଯେ ଇଏ ଭଗବାନଙ୍କ ଫୁଲ । ଏହି ଫୁଲଟିର ନାମ ହେଉଛି “ପାରିଜାତ’ । ନବୀନ ନିବାସରେ ସମ୍ବାଦିକ ମନେ ଗୋଟିଏ ଦୁଇଟା ଫୁଲ ଦେଖିଥିଲେ ।କିନ୍ତୁ ରଣପୁର ନିର୍ବାଚନ ମଣ୍ଡଳୀର ରଣପୁର ଗ୍ରାମରେ ଶ୍ରୀଯୁକ୍ତ କୃଷ୍ଣଚାନ୍ଦ୍ର ରଥଙ୍କ ବାରିରେ ଦେଖିବାକୁ ଆଶ୍ଚର୍ଯ୍ୟ ଲାଗୁଛି । ସେଠାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ସେହି ଜାଗାରେ ସାମ୍ବାଦିକମାନେ ପଚାରିଥିଲେ ତାଙ୍କ ସହଧର୍ମିଣୀ ରେଣୁବାଳା ରଥଙ୍କୁ କିଛି ପ୍ରଶ୍ନ ଏହି ଗଛ ଉପରେ ପଚାରିଥିଲେ । ସେ କହିଥିଲେ ଯେ ସନ୍ଧ୍ୟା ୭ଟା ସମୟରେ ଫୁଲର କଢ ଦେଖିବାକୁ ମିଳିଥାଏ । ସେହି କଢ ରାତ୍ରି ୧୦ ଘଟିକା ସମୟରେ ପୁରାଫୁଟିବାର ଦେଖିବାକୁ ମିଳିଥାଏ । ବଡ ଆଶ୍ଚର୍ଯ୍ୟ ଜିନିଷ ମିଳିଥିଲା ଯେ ପତ୍ରରୁ କଢ ବାହାରି ଫୁଲ ଫୁଟେ । ଏହି ଗଛରେ ବହୁ ଫୁଲ ହୋଇଥିଲା । ଆଶ୍ଚର୍ଯ୍ୟ ର କଥା ହେଲା ରାତ୍ରି୧୧ଟା ସମୟରୁ ଫୁଲଫୁଟି ଯାଇ ରାତ୍ରି ୨ ଟା ସମୟରେ ଫୁଲ ପୁନଶ୍ଚ କଢ ହୋଇ ମଉଳି ଯାଏ । ଭାଗ୍ୟରେ ଥିଲେ ଏହି ଭଗବାନଙ୍କ ଫୁଲ ଦେଖିବାକୁ ମିଳେ ।

Share in top social networks!