ଓଡିଶା ବୋଟ-ରୁଲ୍ ୨୦୦୪ର ଅନୁପାଳନ ସମ୍ପର୍କରେ ପରିବହନ ମନ୍ତ୍ରୀ ଶ୍ରୀ ମାଝୀଙ୍କ ସମୀକ୍ଷା

imagesଜଳପଥରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ସୁରକ୍ଷା ଓ ନିରାପଦ ଯାତ୍ରା ନିମନ୍ତେ ଓଡିଶା ବୋଟ-ରୁଲ୍ ୨୦୦୪ର ଅନୁପାଳନ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ରମେଶ ସମୀକ୍ଷା କରିଛନ୍ତି । ଏହି ରୁଲ୍ କୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ସେ ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଅନ୍ତର୍ଦ୍ଦେଶୀୟ ଜଳପଥରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ନିରାପଦ ଯାତ୍ରା ପାଇଁ ସରକାର ଓଡିଶା ବୋଟ୍-ରୁଲ୍-୨୦୦୪ପ୍ରଣୟନ କରିଛନ୍ତି । ଏହି ରୁଲ ଅନୁଯାୟୀ ବୋଟ୍ ମାଳିକମାନଙ୍କ ପାଇଁ ରେଜିଷ୍ଟ୍ରେସନ,ଲାଇସେନ୍ସ,ଇନସୁରାନ୍ସ ଏବଂ ଯାତ୍ରୀମାନଙ୍କ ନିମନ୍ତେ ଲାଇଫ ଜ୍ୟାକେଟ ଓ ଘାଟମାନଙ୍କରେ ପ୍ରତୀକ୍ଷାଳୟ ଓ ଆନୁଷଙ୍ଗିକ ବ୍ୟବସ୍ଥା ବାଧ୍ୟତାମୂଳକ ଅଟେ । ଏହି ରୁଲ୍ କୁ ସମ୍ପୃକ୍ତ ଜିଲ୍ଲାପାଳମାନେ କାର୍ଯ୍ୟକାରୀ କରିବେ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ ଥିବା ବନ୍ଦର ଓ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶାଳୟ ଏହାକୁ ତଦାରଖ କରିବେ । ସବୁ ଜିଲ୍ଲାରେ ଯାତ୍ରୀ ପରିବହନ କରୁଥିବା ବୋଟଗୁଡିକ ଯେପରି ରେଜିଷ୍ଟ୍ରେସନ ହୋଇପାରିବ ଏବଂ ବୋଟ ରୁଲ ଅନୁସାରେ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ସରଞ୍ଜାମ ବୋଟରେ ରଖିବେ ତୁରନ୍ତ ଏହାର ବ୍ୟବସ୍ଥା କରିବା ପାଇଁ ବିଭାଗ ତରଫରୁ ନିୟମିତ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଜିଲ୍ଲାପାଳମାନଙ୍କୁ ଅବଗତ କରାଇବା ପାଇଁ ମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ପରିବହନ ବିଭାଗ ସ୍ଵତନ୍ତ୍ର ସଚିବ ସଞ୍ଜୟ ମହାପାତ୍ର,ଯୁଗ୍ମ ସଚିବ ଡ.ଏନ ପାଢୀ ଏବଂ ବନ୍ଦର ଓ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସୁବ୍ରତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!