୪୯୧ଟି ସ୍ୱାସ୍ଥ୍ୟ ଶିବିର ଖୋଲାଯାଇ ୪୨ହଜାର୮୮ଟି ପ୍ରାଣୀଙ୍କୁ ଚିକିତ୍ସା କରାଯାଇଛି¬¬- ମନ୍ତ୍ରୀ ଶ୍ରୀ ମହାରଥୀ

52574ଆଜିସୁଦ୍ଧା ରାଜ୍ୟର ୧୭ଟି ଜିଲ୍ଲାର ୭୬ଟି ବ୍ଲକରେ ୧୦ଲକ୍ଷ୮୨ହଜାର୫୪୦ଟି ଗାଈଗୋରୁ ଓ ୨ଲକ୍ଷ ୮୪ହଜାର୩୩୪ଟି କୁକୁଡା ବନ୍ୟାଯୋଗୁଁ ପ୍ରଭାବିତ ହୋଇଛନ୍ତି । ସେଥିମଧ୍ୟରୁ ୩୩ଟି ଗାଈଗୋରୁ,୧୦ଟି ଛେଳିମେଣ୍ଢା ଓ ୪,୧୨୦ଟି କୁକୁଡା ବନ୍ୟାଯୋଗୁଁ ମରିଯାଇଛନ୍ତି ବା ଭାସି ଯାଇଛନ୍ତି । ସେଥିମଧ୍ୟରୁ କେବଳ ଭଦ୍ରକ ଜିଲ୍ଲାରେ ୪୦୨୦ଟି କୁକୁଡା ମରିଛନ୍ତି । ଗୋସମ୍ପଦ ଓ କୁକୁଡାଗୁଡିକର ଚିକିତ୍ସା ପାଇଁ ୪୯୧ଟି ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଛି ଓ ୪୨ହଜାର୮୮ଟି ପ୍ରାଣୀଙ୍କୁ ଚିକିତ୍ସା କରାଯାଇଛି ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ପ୍ରକାଶ କରିଛନ୍ତି । ଆଜି ସଚିବାଳୟଠାରେ ମନ୍ତ୍ରୀ ଶ୍ରୀ ମହାରଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରୁ ଜଣାଯାଇଛି ଯେ ଯାଜପୁର ଜିଲ୍ଲାକୁ ୨୦୦ମେଟ୍ରିକ ଟନ୍ ଗୋଖାଦ୍ୟ,ଜଗତସିଂପୁର ଜିଲ୍ଲାକୁ ୯୦ ମେଟ୍ରିକ ଟନ୍,କଟକ ଜିଲ୍ଲାକୁ ୧୪୦.୪୫ମେଟ୍ରିକ ଟନ୍ ଭଦ୍ରକ ଜିଲ୍ଲାକୁ ୧୫୮ମେଟ୍ରିକ ଟନ୍,ବାଲେଶ୍ଵର ଜିଲ୍ଲାକୁ ୧୦୦ମେଟ୍ରିକ ଟନ୍,ଖୋର୍ଦ୍ଧା ଜିଲ୍ଲାକୁ ୫୮ ମେଟ୍ରିକ ଟନ୍,ଅନୁଗୁଳ ଜିଲ୍ଲାକୁ ୫୨ମେଟ୍ରିକ ଟନ୍,କେଉଁଝର ଜିଲ୍ଲାକୁ ୯୬ମେଟ୍ରିକ ଟନ୍,ବୌଦ୍ଧ ଜିଲ୍ଲାକୁ ୩୨ମେଟ୍ରିକ ଟନ୍,ଢେଙ୍କାନାଳ ଜିଲ୍ଲାକୁ ୪.୯୬୫ମେଟ୍ରିକ ଟନ୍,ଝାରସୁଗୁଡା ଜିଲ୍ଲାକୁ ୧୬.୮ମେଟ୍ରିକ ଟନ୍,କେନ୍ଦ୍ରପଡା ଜିଲ୍ଲାକୁ ୧୮୫.୬୫ମେଟ୍ରିକ ଟନ୍,ନୟାଗଡ ଜିଲ୍ଲାକୁ ୨୧ ମେଟ୍ରିକ ଟନ୍,ପୁରୀ ଜିଲ୍ଲାକୁ ୧୧୬ମେଟ୍ରିକ ଟନ୍,ଏହିପରି ସର୍ବମୋଟ ୧୨୬୨.୮୬ ମେଟ୍ରିକ ଟନ୍ ଗୋଖାଦ୍ୟ ଓମଫେଡ୍ ପକ୍ଷରୁ ଯୋଗାଇ ଦିଆଯାଇଛି । ଅଗଷ୍ଟ ୫ ତାରିଖରୁ ଏକ ମାସ ପର୍ଯ୍ୟନ୍ତ ବନ୍ୟା ପ୍ରଭାବିତ ଅଞ୍ଚଳ ମାନଙ୍କରେ ଗୋସମ୍ପଦର ଚିକିତ୍ସା ଓ ଟୀକାକରଣ ପାଇଁ ୟୁଜର୍ସ ଫି ଛାଡ କରାଯାଇଛି ଓ ଏ ସଙ୍କ୍ରାନ୍ତରେ ସମସ୍ତ କ୍ଷେତ୍ର କର୍ମଚାରୀମାନଙ୍କୁ ଜଣାଇ ଦିଆଯାଇଛି । ୧୭୭ଜଣ ପଶୁ ଚିକିତ୍ସକ ,୬୫୬ଜଣ ପାରା ଭେଟରିନାରୀ ଓ ସହାୟକ କର୍ମଚାରୀ ବନ୍ୟାକ୍ଳିଷ୍ଟ ଅଞ୍ଚଳରେ ପଶୁଚିକିତ୍ସା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ୧ଲକ୍ଷ୩୦ହଜାର ୨୦୦ଟି ପଶୁଙ୍କୁ ଟୀକା ଦିଆଯାଇଛି । କଟକ,କେନ୍ଦ୍ରପଡା,ପୁରୀ ଓ ସମ୍ବଲପୁର ଜିଲ୍ଲାକୁ ୪୮୮.୫କ୍ଵିଣ୍ଟାଲ ସବୁଜ ଘାସ ଯୋଗାଇଦିଆଯାଇଛି। ବରଗଡ ଜିଲ୍ଲାରେ ୩୦କ୍ଵିଣ୍ଟାଲ ନଡା,କଟକ ଜିଲ୍ଲାରେ ୧୭୫ କ୍ଵିଣ୍ଟାଲ ନଡା,କେନ୍ଦ୍ରାପଡା ଜିଲ୍ଲାରେ ୭୦କ୍ଵିଣ୍ଟାଲ ନଡା,ଖୋର୍ଦ୍ଧାରେ ୧୮କ୍ଵିଣ୍ଟାଲ ନଡା,ପୁରୀ ଜିଲ୍ଲାରେ ୯୬କ୍ଵିଣ୍ଟାଲ ନଡା,ଓ ସମ୍ବଲପୁରରେ ୧୨୯.୫କ୍ଵିଣ୍ଟାଲ ନଡା ବଣ୍ଟାଯାଇଛି ।

Share in top social networks!