ବନ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ତ ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

52578ବନ୍ୟା ପ୍ରଭାବିତ ଅଞ୍ଚଳରେ ଏଲଏଚ ବଣ୍ଟନ,ପାନୀୟ ଜାଳ ଉତ୍ସ ବିଶୋଧନ ଗୋଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟସେବାଆଦି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ ଓ ସଘନ କରିବା ପାଇଁ ମୁଖ୍ୟଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟ ପରିଚାଳନା ସମ୍ବନ୍ଧରେ ପୂର୍ବରୁ ଜିଲ୍ଲାପାଳ ଏବଂ କ୍ଷେତ୍ର ଅଧିକାରୀ ମାନଙ୍କୁ ଦିଆଯାଇଥିବା “ସ୍ଥିରକୃତ କାର୍ଯ୍ୟଧାରା”ର ସଠିକ ଅନୁପାଳନ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଆଜି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଗଠିତ ରାଜ୍ୟସ୍ତରୀୟ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପତି ଏହି ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହି ଅନୁପାଳନରେ କୌଣସି ପ୍ରକାର ତ୍ରୁଟି ବିଚ୍ୟୁତିକୁ ବରଦାସ୍ତ କରାଯିବ ନହିଁ ବୋଲି ସତର୍କ କରିଦେଇଛନ୍ତି । ସଚିବାଳୟ ପ୍ରକୋଷ୍ଠରେ ଆୟୋଜିତ ଏହି ବୈଠକରେ ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ କୁମାର ମହାପାତ୍ର ବର୍ତ୍ତମାନ ବନ୍ୟା ପରିସ୍ଥିତି ଏବଂ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଉପସ୍ଥାପନ କରିଥିଲେ । ସେ କହିଥିଲେ ଯେ ପୂର୍ଣ୍ଣିମା ଯୋଗୁଁ ସମୁଦ୍ର ଜୁଆରିଆ ଥିଲା ନଦୀରୁ ଜଳ ନିଷ୍କାସନ ଧୀର ଥିଲା । ଆଜି ସକାଳଉ ସମୁଦ୍ରକୁ ଜଳନିଷ୍କାସନ ଅଧିକ ବେଗରେ ହେଉଛି ଏବଂ ସନ୍ଧ୍ୟା ସୁଦ୍ଧା ସ୍ଥିତିରେ ଅନେକ ଉନ୍ନତି ଆସିବ । ଶ୍ରୀ ପତି ଦର୍ଶାଇଥିଲେ ଯେ ପ୍ରଭବିତ ଅଞ୍ଚଳକୁ ଅଧିକ ଡାକ୍ତରୀ ଦଳ ଓ ସେବାଦଳ ପଠାଇବା ପିନ ସ୍ୱାସ୍ଥ୍ୟ ବିଭଗକୁ ନିର୍ଦ୍ଦେଶ ଦିଆଯାଇଛି । ପାରାଦ୍ଵୀପ ଠାରେ ତପଲାର ରାଡ଼ାର ଷ୍ଟେସନ ସ୍ଥାପନ କାର୍ଯ୍ୟ ଅକ୍ଟୋବର ସୁଦ୍ଧା ସାରିବା ପାଇଁ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବୈଠକରେ ୨୦୧୪-୧୫ ଆର୍ଥିକ ବର୍ଷ ପାଇଁ ପ୍ରକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ କାର୍ଯ୍ୟକ୍ରମ ମାନ ଆଲୋଚନା ହୋଇଥିଲା । ଉନ୍ନୟନ କମିଶନର ଶ୍ରୀ ଆଦିତ୍ୟ ପାଢୀ ଅତିରିକ୍ତ ବ୍ମୁକ୍ଷ ଶାସନ ସଚିବ ଅର୍ଥ ବିଭାଗ ଶ୍ରୀ ଉପେନ୍ଦ୍ର ନଥ ବେହେରା,ଜଳସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସଂପୃକ୍ତ ବିଭାଗର ଶାସନ ସଚିବ ମାନେ ବୈଠକରେ ଆଲୋଚନରେ ଅଂଶଗ୍ରହଣ କରିଥିଲେ ।

Share in top social networks!