ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ତୁରନ୍ତ ଘର ମରାମତି ପାଇଁ ନିର୍ଦ୍ଦେଶ

52558ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜୀବ ସଚିବାଳୟ ଠାରେ ବନ୍ୟା ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ ସମୀକ୍ଷାରୁ ଜଣାଯାଇଛି ଯେ ବର୍ତ୍ତମାନ ବନ୍ୟାରେ ରାଜ୍ୟର ୬ଟି ଜିଲ୍ଲା ଯଥା ପୁରୀ,ଯାଜପୁର,କେନ୍ଦ୍ରାପଡା,ଭଦ୍ରକ,ଜଗତସିଂହପୁର ଓ କଟକ ର ୩୦୪ଟି ଗ୍ରାମର ପ୍ରାୟ ୪ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ବନ୍ୟାପାଣି ହ୍ରାସ ପାଇବା ଆରମ୍ଭ କରିଛି ଏବଂ ଆଗାମୀ ଦିନେ ଦୁଇଦିନ ମଧ୍ୟରେ କଣାସ ବ୍ୟତୀତ ଅନ୍ୟସ୍ଥାନରେ ପରିସ୍ଥିତିରେ ଉନ୍ନତି ଆସିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଘାଇ ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶଦେଇଛନ୍ତି । ସୂଚନାଯୋଗ୍ୟ ଯେ ଚଳିତ ବନ୍ୟାରେ ୩୮ଟି ଛୋଟ ବଡ ଘାଇ ହୋଇଛି । ଏତଦବ୍ୟତୀତ ବନ୍ୟାଞ୍ଚଳରେ ରିଲିଫ କାର୍ଯ୍ୟ ଜାରି ରଖିବା ସହିତ ପରିମଳ ପାନୀୟଜଳ ଓ ସ୍ଵାସ୍ଥ୍ୟସେବା କାର୍ଯ୍ୟ ଉପରେ ବିଶେଷ ଗୁରୁତ୍ଵ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ନଳକୂପ ଗୁଡିକର ବିଶୋଧନ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସମସ୍ତ ରାଜରାସ୍ତା ମାନଙ୍କରେ ପାଣି କମିବା ପରେ ଯାତାୟାତ ସ୍ଵାଭାବିକ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା ଏହି ବୈଠକରେ ମହାନଦୀ,ସୁବର୍ଣ୍ଣରେଖା ଓ ବୈତରଣୀ ନଦୀର ବନ୍ୟା ପରିସ୍ଥିତି ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ବିଜୟଶ୍ରୀ ରାଉତରାୟ,ମୁଖ୍ୟଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି,ଉନ୍ନୟନ କମିଶନର ଶ୍ରୀ ଆଦିତ୍ୟ ପାଢୀ ସ୍ଵତନ୍ତ୍ର ରିଲିଫ କମିଶନର ଓ ଜଳସଂପଦ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ ।

Share in top social networks!