ଓଡିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ ସମ୍ମିଳନୀ କକ୍ଷରେ ରକ୍ତଦାନ ଶିବିର ; ରାକ୍ଷୀ ପୂର୍ଣ୍ଣିମାରେ ରକ୍ତଦାନ କଲେ ୪୦ ସ୍ଵେଚ୍ଛାସେବୀ

1334ଅଗଷ୍ଟ କ୍ରାନ୍ତି ଦିବସ ଅବ୍ୟବହିତ ପରେ ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଏବଂ ଜାତୀୟ ଯୁବ ପ୍ରକଳ୍ପ,ଓଡିଶା ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବୋର୍ଡର ସଭାପତି ଶ୍ରୀ ତେଜେଶ୍ଵର ପରିଡା ଓ ଜାତୀୟ ଯୁବ ପ୍ରକଳ୍ପ,ଓଡିଶର ରାଜ୍ୟ ଆବାହକ ଶ୍ରୀଯୁକ୍ତ ମଧୁସୂଦନ ଦାସଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି ଶିବିରକୁ ଭୁବନେଶ୍ଵର ଉତ୍ତରର ମାନ୍ୟବର ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଉଦଘାଟନ କରିଥିଲେ । ଏଥିରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଶିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଶ୍ରୀଯୁକ୍ତ ଭବାନୀ ଚରଣ ପଟ୍ଟନାୟକ ,ମାନ୍ୟବର ବିଧାୟକ ଆକାଶ ଦାସ ନାୟକ ,ଭୁବନେଶ୍ଵର ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା ,ବୋର୍ଡ ସଦସ୍ୟ ରବି ଲାବଣ୍ୟ ,ସୌଭାଗ୍ୟ ରାଉତ ଓ କୃପାସିନ୍ଧୁ ମହାନ୍ତି,ସ୍ଵାଧୀନତା ସଂଗ୍ରାମୀ ଶହୀଦ ସ୍ମୃତି ସଂସଦର ସଭାପତି ଲେଫଟନାଣ୍ଟ ଜେନେରାଲ ଶ୍ରୀ ନାରାୟଣ ମହାନ୍ତି, ଡକ୍ଟର ବସନ୍ତ ଚୌଧୁରୀ,ରଶ୍ମୀରଞ୍ଜନ ପ୍ରଧାନ,ଜାତୀୟ ଯୁବ ପ୍ରକଳ୍ପ ଓଡିଶାର ସଦସ୍ୟ ଗଜେନ୍ଦ୍ର ପରିଡା, ସୂର୍ଯ୍ୟକାନ୍ତ ସେଠୀ,ସ୍ଵର୍ଣ୍ଣଲତା ଜେନା,ତୁଷାରକାନ୍ତ ସ୍ଵାଇଁ,ସତ୍ୟବ୍ରତ ଜେନା,ସଂଗ୍ରାମ ସାମନ୍ତରାୟ,ବସନ୍ତ ବେହେରା,ଅଖିଳ କୁମାର ନାୟକ,ଲିଜାରାଣୀ ନାୟକ,ମଧୁସ୍ମିତା ବେହେରା,ଯୋଗଦେଇଥିଲେ । ଜାତୀୟ ଯୁବ ପ୍ରକଳ୍ପ,ଓଡିଶାର ରକ୍ତଦାନ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ହର ପ୍ରସାଦ ମହାପାତ୍ର ଶିବିର ପରିଚାଳନା କରିଥିଲେ ଓ ଭୁବନେଶ୍ଵର ମହାନଗର ନିଗମର ରେଡକ୍ରସ ରକ୍ତଭଣ୍ଡାର ତରଫରୁ ଡାକ୍ତର ଜୟଦୀପ କୁମାର ଘୋଷଙ୍କ ତତ୍ତ୍ଵାବଧାନରେ ରକ୍ତ ସଂଗ୍ରହ କରାଯାଇଥିଲା ।

Share in top social networks!