ଜେଲ୍ ପରିସରରେ ରକ୍ଷାବନ୍ଧନ ଉତ୍ସବ

jailତାଳଚେର ୱର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଜେଲ୍ ରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଆସୋସିଏସନ୍ ର କାର୍ଯ୍ୟକର୍ତ୍ତା,ସଭ୍ୟ,ବୁଦ୍ଧିଜୀବୀ ,ସ୍ଵେଚ୍ଛାସେବୀ ଏକତ୍ରିତ ଯାଇ ଜେଲରେ ଥିବା ୧୨୬ ଜଣ ଅନ୍ତେବାସୀଙ୍କ ହାତରେ ରାକ୍ଷୀ ବାନ୍ଧିବା ଶ ମିଷ୍ଟାନ ଖୁଆଇ ସେମନଙ୍କର ଶୁଭକାମନା କରିଥିଲେ । ଜେଲ ପରିସରରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ଜେଲ ସୁପରିଟେଣ୍ଡେଣ୍ଟ ଶ୍ରୀଯୁକ୍ତ ସରୋଜ କୁମାର ମହାପାତ୍ର ,ତାଳଚେର ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘର ମୁଖ୍ୟ ଅନନ୍ତ ଚରଣ ଦାସ,ଦୂରଦର୍ଶନ ଜିଲ୍ଲା ସାମ୍ବାଦିକ ଦେବ ରଞ୍ଜନ ସାମଲ,ସ୍ଵେଚ୍ଛାସେବୀ କ୍ଷୀରୋଦ ଚନ୍ଦ୍ର ସାହୁ,ଆଶୁତୋଷ ଦାସ,ଦୟା ସାଗର ଅତବୁଦ୍ଧି,ଦେବରାଜ ସାହୁ,ମଦନ ମୋହନ ସାହୁ,ଜାନକୀ ବଲ୍ଲବ ନାୟକ ପ୍ରମୁଖ ଯୋଗଦେଇ ରାକ୍ଷୀପୂର୍ଣ୍ଣିମାର ତାତ୍ପର୍ଜ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଆସୋସିଏସନର ସାଧାରଣ ସମ୍ପାଦକ ଧୀର ମୋହନ ରାୟ ଅନ୍ତେବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଆଜିଭଳି ଏକ ପବିତ୍ରଦିନରେ କିଏ ଦୋଷ କରି ତ ଆଉ କିଏ ନିର୍ଦ୍ଦୋଶରେ ଜେଲର ଚାରିକାନ୍ଥ ମଧ୍ୟରେ ଦିନାକାଟୁ ଛନ୍ତି ସତ କିନ୍ତୁ ଏହି ସମୟ ଦୁଃଖ କରିବାର ସମୟ ନୁହେଁ ବରଂ ଅନୁଚିନ୍ତା କରିବାର ସମୟ । ନିଜକୁ ପରିବର୍ତ୍ତନ କରି ସମାଜର ମୁଖ୍ୟସ୍ରୋତ ରେ ସାମିଲ ହେବାକୁ ଥିବା ଆହ୍ଵାନ କରିଥିଲେ । ଜେଲ କାର୍ଯ୍ୟକ୍ରମ ପରେ ସମସ୍ତ କାର୍ଯ୍ୟକର୍ତ୍ତା ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ଡାକ୍ତର ପୂର୍ଣ୍ଣିମା ଉଦଗାଢା ସହଯୋଗ ରେ ରୋଗୀମାନଙ୍କୁ ଫଳ ,ବିସ୍କୁଟ ଓ ମିଷ୍ଟାନ ବଣ୍ଟନ କରିବା ସହ ରକ୍ଷାବନ୍ଧନର ଶୁଭେଚ୍ଛା ଦେଇଥିଲେ ।

Share in top social networks!