ଅଗଷ୍ଟ ମାସ ପାଇଁ ଅନ୍ତ୍ୟୋଦୟ ଆନ୍ନ ଯୋଜନାରେ ୪୩୮୬୬.୨୭୦ ମେଟ୍ରିକ ଟନ ଚାଉଳ ଆବଣ୍ଟନ

MAP-2
ଅଗଷ୍ଟ ମାସ ପାଇଁ ରାଜ୍ୟର ୧୨ଲକ୍ଷ ୫୩ହଜାର ୩୨୨ଜଣ ଅନ୍ତ୍ୟୋଦୟ ହିତାଧିକାରୀଙ୍କୁ ୪୩୮୯୯.୨୭୦ମେଟ୍ରିକ ଟନ ଚାଉଳ ଆବଣ୍ଟନ କରାଯାଇଛି । ପ୍ରତ୍ୟେକ ଅନ୍ତ୍ୟୋଦୟ କାର୍ଡ ଧାରୀ ମାସକୁ ୧ଟଙ୍କା ଦରରେ ୩୫କି.ଗ୍ରା ଚାଉଳ ପାଇପାରିବେ । ୩୦ଟି ଜିଲ୍ଲା ପାଇଁ ଆବଣ୍ଟନ ହୋଇଥିବା ଏହି ପରିମାଣ ୧ଟଙ୍କିଆ ଚାଉଳ ମଧ୍ୟକୁ ଅନୁଗୁଳ ୧୦୪୧.୨୫୦ମେଟ୍ରିକ ଟନ,ବାଲେଶ୍ଵର ୨୯୦୬.୯୨୫ମେଟ୍ରିକ ଟନ,ବରଗଡ ୧୬୯୬.୫୨୦ମେଟ୍ରିକ୍ ଟନ,ଭଦ୍ରକ ୧୬୦୫.୩୧୦ ମେଟ୍ରିକ ଟନ,ବଲାଙ୍ଗୀର ୧୮୫୧.୨୫୫ମେଟ୍ରିକ ଟନ,ବୌଦ୍ଧ ୫୯୮.୯୯୦ ମେଟ୍ରିକ ଟନ,କଟକ ୧୭୧୮.୪୬୫ ମେଟ୍ରିକ ଟନ,ଦେବଗଡ ୪୫୨.୧୩୦ମେଟ୍ରିକ ଟନ,ଢେଙ୍କାନାଳ ୧୨୫୫.୭୬୫ମେଟ୍ରିକ ଟନ,ଗଜପତି ୭୦୩.୭୪୫ମେଟ୍ରିକ ଟନ,ଗଞ୍ଜାମ ୨୭୭୫.୯୯୦ମେଟ୍ରିକ ଟନ,ଜଗତସିଂହପୁର ୮୭୧.୦୪୫ ମେଟ୍ରିକ ଟନ,ଯାଜପୁର ୧୫୮୦.୬୩୫ମେଟ୍ରିକ ଟନ,ଝାରସୁଗୁଡା ୨୮୯.୯୪୦ମେଟ୍ରିକ ଟନ,କଳାହାଣ୍ଡି ୧୮୯୫.୬୩୫ମେଟ୍ରିକ ଟନ,କନ୍ଧମାଳ ୨୦୯୧.୯୫୦ମେଟ୍ରିକ ଟନ,କେନ୍ଦ୍ରପଡା ୧୨୬୭.୮୪୦ମେଟ୍ରିକ ଟନ,କେଉଁଝର ୨୦୯୧.୯୫୦ମେଟ୍ରିକ ଟନ,ଖୋର୍ଦ୍ଧା ୧୩୬୭.୬୬୦ମେଟ୍ରିକ ଟନ,କୋରାପୁଟ ୨୨୪୭.୯୬୫ମେଟ୍ରିକ ଟନ,ମାଲକାନାଗିରି ୮୭୨.୭୬୦ମେଟ୍ରିକ ଟନ,ମୟୂରଭଞ୍ଜ ୩୪୬୭.୪୧୫ମେଟ୍ରିକ ଟନ,ନବରଙ୍ଗପୁର ୧୮୦୩.୮୬୫ମେଟ୍ରିକ ଟନ,ନୟାଗଡ ୧୦୪୭.୩୪୦ମେଟ୍ରିକ ଟନ,ନୂଆପଡା ୯୦୫.୪୮୫ ମେଟ୍ରିକ ଟନ,ପୁରୀ ୧୪୬୫.୫୯୦ମେଟ୍ରିକ ଟନ,ସୋନପୁର ୮୮୦.୭୭୫ମେଟ୍ରିକ ଟନ,ରାୟଗଡା ୧୫୧୧.୦୨୦ ମେଟ୍ରିକ ଟନ,ସମ୍ବଲପୁର ୯୮୮.୦୮୫ମେଟ୍ରିକ ଟନ ଓ ସୁନ୍ଦରଗଡକୁ ୧୬୮୦.୪୫୫ମେଟ୍ରିକ ଟନ ଚାଉଳ ଯୋଗାଇ ଦିଆଯାଇଛି । ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୯୯୦୬୯ଜଣ ହିତାଧିକାରୀ ଥିବାବେଳେ ଝାରସୁଗୁଡା ରେ ସର୍ବନିମ୍ନ ୮୨୮୪ଜଣ ହିତାଧିକାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ।

Share in top social networks!