ଭୁବନେଶ୍ଵରରେ ୫୪ଟି କଣ୍ଟ୍ରୋଲ ଦୋକାନରେ ୨୦ ଟଙ୍କା ଦରରେ ଆଳୁ ବିକ୍ରି ଆରମ୍ଭ

52473ଖାଉଟିମାନଙ୍କୁ କେଜି ପିଛା ୨୦ ଟଙ୍କା ଦରରେ ଆଳୁ ଯୋଗାଇଦେବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଭୁବନେଶ୍ଵର ମହାନଗର ନିଗମରେ ୫୪ଟି କଣ୍ଟ୍ରୋଲ ଦୋକାନରେ ଆଳୁ ବିକ୍ରି ଆରମ୍ଭ ହୋଇଛି । ପ୍ରତ୍ୟେକ ପରିବାର ୨କେଜି ଆଳୁ ପାଇପାରିବେ । ୫୪ଟି କଣ୍ଟ୍ରୋଲ ଦୋକାନ ମଧ୍ୟରୁ ବରମୁଣ୍ଡାରେ ୪ଟି,ନୟାପଲ୍ଲୀରେ ୩ଟି, ୟୁନିଟ୍-୮ରେ ଗୋଟିଏ,ଶିରିପୁରରେ ଗୋଟିଏ , ଫରେଷ୍ଟ ପାର୍କରେ ଗୋଟିଏ,ବାପୁଜୀ ନଗରଠାରେ ୪ଟି,ଅଶୋକ ନଗରଠାରେ ୩ଟି,ଖାରବେଳନଗରଠାରେ ୨ଟି,ସହିଦନଗର ଠାରେ ୪ଟି,ରସୁଲଗଡଠାରେ ୩ଟି,ଲକ୍ଷ୍ମୀସାଗରଠାରେ ୪ଟି,ବମିଖାଲଠାରେ ଗୋଟିଏ,ପାଣ୍ଡରୀରେ ଗୋଟିଏ,ବରଗଡଠାରେ ୧ଟି,କଳ୍ପନାଛକ ଠାରେ ଗୋଟିଏ,ଗୌତମନଗର ଠାରେ ୧ଟି,ପୁରୁଣା ଷ୍ଟେସନ ବଜାରରେ ୧ଟି,ପୁରୁଣା ଭୁବନେଶ୍ଵର ଠାରେ ୯ଟି,ଲୁଇସରୋଡ ଠାରେ୧ଟି, ରବି ଟକିଜ ଠାରେ ୧ଟି,ସମନ୍ତରାପୁରଠାରେ ୨ଟି,ଶ୍ରୀରାମନଗର ଠାରେ ୧ଟି,କପିଳେଶ୍ଵର ଠାରେ ୧ଟି,ଚନ୍ଦ୍ର ଶେଖର ପୁରଠାରେ ୧ଟି ,ମଞ୍ଚେଶ୍ଵର ଠାରେ ଗୋଟିଏ କଣ୍ଟ୍ରୋଲ ଦୋକାନ ଖୋଲାଯାଇଅଛି । ଭୁବନେଶ୍ଵରର ୫ଟି ମୈତ୍ରୀ ବ୍ୟତୀତ ଏହି ୫୪ଟି କଣ୍ଟ୍ରୋଲ ଦୋକାନରେ ଆଳୁ କିଲୋପିଛା ୨୦ ଟଙ୍କା ହିସାବରେ ପରିବାର ପିଛା ୨ କି.ଗ୍ରା ଯୋଗାଇ ଦିଆଯାଉଛି ବୋଲି ଯୋଗାଣ ବିଭାଗ ସୂତ୍ରରୁ ପ୍ରକାଶ ।

Share in top social networks!