ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା

MAP-8ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ମଞ୍ଜୁର କରାଇଦେବାକୁ କହି କିଛି ଦଲାଲ ଓ ଠକ ଲୋକମାନଙ୍କ ଠାରୁ ଟଙ୍କା ଆଦାୟକରି ଗଡିଭଡାକରି ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆଣୁଛନ୍ତି । ନିରୀହ ଗରିବ ଲୋକମାନେ ଏହି ଠକ ଦଲାଲମାନଙ୍କର ଉଦ୍ଦେଶ୍ୟ ବୁଝି ନ ପାରି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହିପରି ଘଟଣାରେ ସମ୍ପୃକ୍ତ କଟକ ଜିଲ୍ଲାର ବାଣପୁର ଓ ମହୁଲିଆ ଗ୍ରାମର ଦୁଇଜଣ ଦଲାଲଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେମାନଙ୍କୁ କ୍ୟପିଟାଲ ଥାନା , ଭୁବନେଶ୍ଵରକୁ ଅଣାଯାଇଛି । ଏହାଛଡା ଏହି ପ୍ରକୋଷ୍ଠ ମାଧ୍ୟମରେ ଚାକିରି ଓ ଅନ୍ୟନ୍ୟ କାମ କରାଇ ଦେବାକୁ କହି କିଛି ଠକ ଲୋକମାନଙ୍କୁ ନିର୍ଦ୍ଦିଷ୍ଟ ଟେଲିଫୋନ ନମ୍ବରରେ ଯୋଗାଯୋଗ କରିବାକୁ କହିଛନ୍ତି ଏବଂ ଟଙ୍କା ମାଗୁଛନ୍ତି । ଏଭଳି କିଛି ଘଟନା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ନଜରକୁ ଆସିଛି ଏବଂ ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଅଛି । ତେଣୁ ଜନସାଧାରଣ କୌଣସି ଦଲାଲଙ୍କ ଦ୍ଵାରା ପ୍ରଭାବିତ ନ ହେବାକୁ ପରାମର୍ଶ ଦିଆଯାଇଛି ।

Share in top social networks!