ରେଡକ୍ରସ ତରଫରୁ ବନ୍ୟା ପ୍ରପିଡୀତ ମାନଙ୍କ ପାଇଁ ରିଲିଫ ସହାୟତା

unnamed
ଭାରତୀୟ ରେଡକ୍ରସ ସୋସାଇଟି,ଓଡିଶା ରାଜ୍ୟଶାଖା ତରଫରୁ ସବୁଠାରୁ କ୍ଷତିଗ୍ରସ୍ତ ଯାଜପୁର ଜିଲ୍ଲାର ବଡଚଣା ଓ ବରି ବ୍ଲକରେ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ରେଡକ୍ରସର ଆଜୀବନ ସଦସ୍ୟ,କର୍ମକର୍ତ୍ତା ଓ ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା କରାଯାଇଛି । ରାଜ୍ୟରେ ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକରେ ଶୁଖିଲା ଖାଦ୍ୟ ଯୋଗାଇଦେବା ନିମନ୍ତେ ଓଡିଶା ରାଜ୍ୟ ଶାଖା ପକ୍ଷରୁ ଶୁଖିଲା ଖାଦ୍ୟ ପୁଡିଆ ଗୁଡିକୁ ପ୍ରସ୍ତୁତ କରିବା ପାଇଁ ରେଡକ୍ରସର ଆଜୀବନ ସଦସ୍ୟ/ସଦସ୍ୟା ପରାମର୍ଶଦାତା ଓ ସ୍ଵେଚ୍ଛାସେବୀ ଏବଂ ରାଜ୍ୟ ଶାଖାର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ । ୧୪୦୦ପରିବାର ପାଇଁ ଶୁଖିଲା ଖାଦ୍ୟ ପୁଡିଆ ମହମ ବତୀ ଓ ଦିଆସିଲି ଦିଆଯାଇଅଛି । ରେଡକ୍ରସର ଅବୈତନିକ ସଚିବ ଡ.ଚକ୍ରଧର ପଣ୍ଡା ଓ ଅନୁଶାସନ ସଚିବ,ଶ୍ରୀମତୀ ଅପ୍ରମିତା ମିଶ୍ରଙ୍କ ପ୍ରତ୍ୟକ୍ଷ ପରାମର୍ଶ କ୍ରମେ ଏହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମ କରାଯାଉଅଛି ।

Share in top social networks!