ଆଳୁ ସଙ୍କଟ ଟଳିଲା

52488
ପଶ୍ଚିମବଙ୍ଗ ସରକାରଙ୍କ ଓଡ଼ିଶାକୁ ସାମୟିକ ଆଳୁ ରପ୍ତାନୀ ବନ୍ଦ ହୋଇଥିବା କାରଣରୁ ଯେଉଁ ଆଳୁ ସଙ୍କଟ ପରିସ୍ଥିତି ଉପୁଜିଛି ତାହା ସାମୟିକ ଭାବେ ଟଳିଛି । ଗତକାଲି ପଶ୍ଚିମବଙ୍ଗରୁ ୨୮୦ମେଟ୍ରିକ ଟନ ଆଳୁ ପହଞ୍ଚିଛି । କଟକକୁ ୧୨୦ମେଟ୍ରିକ ଟନ ଓ ଭୁବନେଶ୍ଵରକୁ ୧୬୦ମେଟ୍ରିକ ଟନ ଆଳୁ ଯୋଗାଇ ଦିଆଯାଇଛି । ଭୁବନେଶ୍ଵର ପାଇଁ ଆସିଥିବା ୧୬୦ ମେଟ୍ରିକ ଟନଆଳୁ କୁ ଭୁବନେଶ୍ଵର ମହନଗର ନିଗମରେ ଥିବା ୫୪ଟି କଣ୍ଟ୍ରୋଲ ଦୋକାନାଗୁଡିକୁ କିଲୋ ପିଛା 20ଟଙ୍କା ଦରରେ ଆଳୁ ବିକ୍ରି ହେବ । ଭୁବନେଶ୍ଵର ପାଇଁ ଆସିଥିବା ୧୬୦ ମେଟ୍ରିକ ଟନ ଆଲୁ ମଧ୍ୟରୁ ଖୋର୍ଦ୍ଧା,ନୟାଗଡ,ପିପିଲି,ନିମାପଡା ଓ ପୁରୀକୁ ଖାଉଟିଙ୍କ ଚାହିଦା ମୁତାବକ ଆଳୁ ବାଣ୍ଟି ଦିଆଯାଇଛି । ଆସନ୍ତା ସପ୍ତାହ ମଧ୍ୟରେ କାନପୁରରୁ ନାଫେଡ଼ ଜରିଆରେ ୩୦୦୦କ୍ଵିଣ୍ଟାଲ ଆଳୁ କଟକ,ଭୁବନେଶ୍ଵର,ପୁରୀ, ସମ୍ବଲପୁର ଓ ବ୍ରହ୍ମପୁରକୁ ହାହିଦା ମୁତାବକ ଯୋଗାଇ ଦିଆଯିବ ବୋଲି ଯୋଗାଣ ବିଭାଗ ସୂତ୍ରରୁ ଜଣାପଡିଛି ।

Share in top social networks!