ଶିକ୍ଷାକ୍ଷେତ୍ରରେ ଅନଗ୍ରସର ଜିଲ୍ଲାମାନଙ୍କରେ ଥିବା କଲେଜଗୁଡ଼ିକର ସିଟ ବୃଦ୍ଧି କରାଯିବ

MAP-15ଶିକ୍ଷା କ୍ଷେତ୍ରରେ ଅନଗ୍ରସର ଜିଲ୍ଲାମାନଙ୍କରେ ଶିକ୍ଷାର ବିକାଶ ନିମନ୍ତେ ଏହି ଜିଲ୍ଲାମାନଙ୍କରେ ସିଟ ସଂଖ୍ୟା ବୃଦ୍ଧି କରିବାକୁ ସ୍ଥିର କରାଯାଇଛି । ଏଥି ସହିତ ଡିଗ୍ରୀ କଲେଜରେ ସ୍ନତକୋତ୍ତର ପାଠ୍ୟକ୍ରମକୁ ଅନୁମତି ନ ନଦେବା ନିମନ୍ତେ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯାଇଛି । ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ କଟକଣା କରାଯାଇଥିବା ବେଳେ ସ୍ୱଳ୍ପ ଖର୍ଚ୍ଚରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ଭିତ୍ତିଭୂମି ସୃଷ୍ଟି କରିବା ଉପରେ ଗୁରୁତ୍ଵ ଦିଆଯାଇଛି । ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନାରେ ନିୟୋଜନ ଏବଂ ବୈଷୟିକ ଶିକ୍ଷା ତାଲିମ ବିଭାଗକୁ ଆବଶ୍ୟକ ପ୍ରସ୍ତୁତି ନିମନ୍ତେ ଅର୍ଥ ଯୋଗାଇଦେବାକୁ ମଧ୍ୟ ସ୍ଥିର କରାଯାଇଛି । ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ସିଟ ସଂଖ୍ୟା ବୃଦ୍ଧି,ପିଜି ପାଠ୍ୟକ୍ରମକୁ ଡିଗ୍ରୀ କଲେଜରେ ଅନୁମତି ନଦେବା ଏବଂ ଯୁକ୍ତ୨ ଓ ଡିଗ୍ରୀ ମହିଳା ବିଶ୍ୱବିଦ୍ୟାଳୟରେ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗରେ ସିଟ ସଂଖ୍ୟା ବୃଦ୍ଧି କରାଯିବା ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଛି ।

Share in top social networks!