ଆଟ୍ ହୋମ୍ ପାର୍ଟିକୁ ନିମନ୍ତ୍ରିତ ୫ ଜଣ ସ୍ଵାଧୀନତା ସଂଗ୍ରାମୀ ଅର୍ଥମନ୍ତ୍ରୀଙ୍କ ଦ୍ଵାରା ସମ୍ବର୍ଦ୍ଧିତ

MAP-14ଅଗଷ୍ଟ କ୍ରାନ୍ତି ଦିବସ ଉପଲକ୍ଷେ ଆଟ୍ ହୋମ୍ ପାର୍ଟିକୁ ରାଷ୍ଟ୍ରପତି ଙ୍କ ଦ୍ଵାରା ନିମନ୍ତ୍ରିତ ୫ ଜଣ ସ୍ଵାଧୀନତା ସଂଗ୍ରାମୀଙ୍କୁ ଅର୍ଥମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ସମ୍ବର୍ଦ୍ଧିତ କରିଛନ୍ତି । ସ୍ଵାଧୀନତା ସଂଗ୍ରାମୀ ମାନେ ନୂଆଦିଲ୍ଲୀ ଯିବା ପୂର୍ବରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ମନ୍ତ୍ରୀ ଶ୍ରୀ ଅମାତ ସେମାନଙ୍କ ତ୍ୟାଗ,ସାହାସ ଓ ସେବା ବିଷୟରେ ସ୍ମୃତିଚାରଣ କରି କହିଲେ ଯେ ଭାରତ ବର୍ଷ ନିର୍ମାଣରେ ଆପଣମାନେ ପ୍ରମୁଖ ଅଗ୍ରଦୂତ । ଆପଣମାନଙ୍କ ଅତୀତର ଅତୁଳନୀୟ ଅବଦାନ ପାଇଁ ଆମେ ଆଜି ସ୍ଵାଧୀନ ଭାରତରେ ଜୀବନଯାପନ କରୁଛୁ । ଆପଣମାନଙ୍କ ଦେଶ ପ୍ରତି ଉତ୍ସର୍ଗୀକୃତ ସେବା ଓ ସହଯୋଗ ପାଇଁ ସମସ୍ତେ ଆପଣଙ୍କ ପାଖରେ ଋଣୀ ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅର୍ଥବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଉପେନ୍ଦ୍ର ନାଥ ବେହେରା,ସ୍ଵତନ୍ତ୍ର ସଚିବ ଶ୍ରୀ ବିରାଜ ଦାସ ଓ ଉପଶାସନ ସଚିବ ଶ୍ରୀ ସତ୍ୟବ୍ରତ ରାଉତ,ରାଜ୍ୟ ସ୍ଵାଧୀନତା ସଂଗ୍ରାମୀ ଓ ଉତ୍ତରାଧିକାରୀ ସଂଗଠନର ସାଧାରଣ ସମ୍ପାଦକ ଶ୍ରୀ ଗୁରୁ କଲ୍ୟାଣ ମହାପାତ୍ର ଓ ସ୍ଵାଧୀନତା ସଂଗ୍ରାମୀ ପେନସନ୍ କମିଟିର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଭବାନୀ ଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ୫ ଜଣ ସ୍ଵାଧୀନତା ସଂଗ୍ରାମୀଙ୍କ ସଂକ୍ଷିପ୍ତ ପରିଚୟ ;- ନୟାଗଡ ଜିଲ୍ଲା କଣ୍ଟିଲୋ ଗ୍ରାମର ଶ୍ରୀ ଶଶୀଧର ମିଶ୍ର ସ୍ଵର୍ଗତ ରଘୁନାଥ ସିଂସାମନ୍ତ ଙ୍କ ନେତୃତ୍ଵରେ ଖଣ୍ଡପଡା ପ୍ରଜାମଣ୍ଡଳ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ସେଥିପାଇଁ ତାଙ୍କ ନାମରେ ୱାରେଣ୍ଟି ଜାରି କରାଯାଇଥିଲା । ଶ୍ରୀ ମିଶ୍ର ଏଥିପାଇଁ ଆତ୍ମଗୋପନ କରିଥିଲେ ।
ବାଲେଶ୍ଵର ଜିଲ୍ଲାର କହରାଗୁହିରିର ଶ୍ରୀ ରାସ ବିହାରୀ ନାୟକ ୧୯୪୨ ମସିହା ଭାରତ ଛାଡ ଆନ୍ଦୋଳନରେ ଭାଗ ନେଇଥିଲେ । ସେ ୧୯୪୨-୪୩ ମସିହାରେ ବାରମାସ ପାଇଁ ନିଳଗିରି ଜେଲ ଓ ପରେ ବାଲେଶ୍ଵର ଜେଲ୍ ରେ ଏଥିପାଇଁ ବନ୍ଦିଜୀବନ ଜାପନ କରିଥିଲେ । ଭଦ୍ରକ ଜିଲ୍ଲାର ଆଦମପୁର ଗ୍ରାମର ଶ୍ରୀ ଶ୍ୟାମସୁନ୍ଦର ବେହେରା ୧୯୪୨ ମସିହା ଭାରତଛାଡ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ସେ ଶ୍ରୀ ବୈଷ୍ଣବ ନାୟକଙ୍କ ନେତୃତ୍ଵରେ ଭଣ୍ଡାରୀପୋଖରୀ ଥାନାପୋଡି ଘଟଣାରେ ସମ୍ପୃକ୍ତ ଥିଲେ । ଏଥିପାଇଁ ସେ ପୋଲିସ ଦ୍ଵାରା ବାଲେଶ୍ଵର ଜେଲ ଓ ପରେ ବ୍ରହ୍ମପୁର ଜେଲରେ ବନ୍ଦୀ ଥିଲେ । ଭଦ୍ରକ ଜିଲ୍ଲା ସୂର୍ଯ୍ୟପୁର ଗ୍ରାମର ଗୌରୀଶ୍ୟାମ ଗୋସ୍ଵାମୀ ୧୯୪୨ରେ ଭାରତଛାଡ ଆଣ୍ଡିଳନରେ ଅଂଶଗ୍ରହଣ କରିଥିଲେ । ୧୯୪୨ ମସିହା ଡିସେମ୍ବର ୨୦ ତାରିଖରେ କିଛି ଗ୍ରାମବାସୀଙ୍କ ସହିତ ଧୂସୁରି ବଜାରରେ ଥିବା ଗଞ୍ଜେଇ ଦୋକାନ କୁ ପୋଡି ଦେଇଥିଲେ । ସେ ଓ ତାଙ୍କର କେତେଜଣ ସହଯୋଗୀ ମିଶି ସେଦିନ ଗେଙ୍ଗୁଟି ନଦୀରେ ଲୋକମାନଙ୍କ ଯାତାୟାତ ପାଇଁ ଥିବା ଡଙ୍ଗାକୁ ସେହି ନଦୀରେ ବୁଡାଇ ଦେଇଥିଲେ,ଯାହାଦ୍ୱାରା ଏହି ଗ୍ରାମକୁ ପୋଲିସ ପ୍ରବେଶ କରି ପାରିନଥିଲା । ଏଥିପାଇଁ ତାଙ୍କୁ ୭ ମାସ ୨୮ ଦିନ ଜେଲରେ ବନ୍ଦୀ ଜୀବନ କାଟିବାକୁ ପଡିଥିଲା ।

Share in top social networks!