ଆଜି ସୁଦ୍ଧା ୪ଲକ୍ଷ ୫୫ହଜାର ୨୦୦ମେଟ୍ରିକ ଟନ ଗୋଖାଦ୍ୟ ବନ୍ୟାକ୍ଳିଷ୍ଟ ଜିଲ୍ଲାରେ ବଣ୍ଟା ସରିଛି

untitled
ରାଜ୍ୟରେ ୧୪ଟି ଜିଲ୍ଲାରେ ପ୍ରଳୟଙ୍କରୀ ବନ୍ୟା ଆସିଛି । ଏହି ଜିଲ୍ଲାଗୁଡିକରେ ୪୦ଟି ବ୍ଲକରେ ୫ଲକ୍ଷ ୩୯ହଜାର ୯୬୧ଟି ଗାଈଗୋରୁ ପ୍ରଭାବିତ ହୋଇଛନ୍ତି । ସେଥିମଧ୍ୟରୁ ୮ଟି ଜିଲ୍ଲାରେ ୪ଲକ୍ଷ ୫୫ହଜାର ୨୦୦ମେଟ୍ରିକ ଟନ ଗୋଖାଦ୍ୟ ଆଜି ସୁଦ୍ଧା ବଣ୍ଟା ସରିଛି ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ପ୍ରକାଶ କରିଛନ୍ତି । ଆଜି ସଚିବାଳୟସ୍ଥିତ ପ୍ରକୋଷ୍ଠରେ ଏ ସଙ୍କ୍ରାନ୍ତୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ମହାରଥୀ ବନ୍ୟାକ୍ଳିଷ୍ଟ ଜିଲ୍ଲାଗୁଡିକର ମୂଲ୍ୟବାନ ଗୋସମ୍ପଦର ସୁରକ୍ଷା ଦିଗ ରେ ଯେପରି କୌଣସି ଅବହେଳା ନହୁଏ ସେଥିପ୍ରତି ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଣୀ ସମ୍ପଦ ନିର୍ଦ୍ଦେଶାଳୟରେ ଏଥିପାଇଁ ଏକ ନିୟନ୍ତ୍ରଣ କକ୍ଷ ଦିବାରାତ୍ର କାର୍ଯ୍ୟକରୁଛି । ଭ୍ରାମ୍ୟମାଣ ପଶୁଚିକିତ୍ସା ୟୁନିଟ ମାନେ ପ୍ରଭାବିତ ବ୍ଲକଗୁଡିକରେ ବୁଲି ଗୋସମ୍ପଦକୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି । ୬୧ଟି ପଶୁଚିକିତ୍ସା ଶିବିର ଆୟୋଜନ କରାଯାଇ ୭ହଜାର ୨୮୧ଟି ପଶୁଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି । ୯୭ଜଣ ପଶୁଚିକିତ୍ସକ,୨୩୫ଜଣ ପାରା ଭେଟେରେନାରୀ ଓ ସହାୟକ କର୍ମଚାରୀ ବନ୍ୟାକ୍ଳିଷ୍ଟ ଅଞ୍ଚଳରେ ପଶୁଚିକିତ୍ସା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

Share in top social networks!