ଏଣିକି ଦୁଗ୍ଧ ଚାଷୀ କ୍ଷୀର ଲିଟର ପିଛା ଅତିରିକ୍ତ ୧ଟଙ୍କା ୬୦ପଇସା ପାଇବେ

MAP-10
ଅଗଷ୍ଟ ୭ତାରିଖରୁ ଓମଫେଡ୍ ପ୍ରସ୍ତୁତ ଡବଲ୍ ଟୋନଡ୍ ଦୁଗ୍ଧ ଲିଟର ପିଛା ୨୮ଟଙ୍କା ବଦଳରେ ୩୦ଟଙ୍କା ଏବଂ ଟୋନଡ୍ ଦୁଗ୍ଧ ୩୦ଟଙ୍କା ବଦଳରେ ୩୨ଟଙ୍କା ଧାର୍ଯ୍ୟ କରାଯାଇଛି । ସୂଚନଯୋଗ୍ୟଯେ ଅମୁଲ ଟୋନଡ୍ ଦୁଗ୍ଧ ଲିଟରପିଛା ଦାମ କଲିକତା,ଦିଲ୍ଲୀ ଓ ମୁମ୍ବାଇରେ ୩୮ଟଙ୍କା ଥିବାବେଳେ ଅହମଦାବାଦ ଓ ଗାନ୍ଧୀନଗରରେ ୩୪ଟଙ୍କାରେ ରହିଛି । ମଦର ଡାଏରୀ ଟୋନଡ୍ ଦୁଗ୍ଧ ଲିଟର ପିଛା ଦାମ ଦିଲ୍ଲୀ ଓ ମୁମ୍ବାଇରେ ୩୮ଟଙ୍କା ରହିଛି । ମେଟ୍ରୋଡାଏରି ଟୋନଡ୍ ଦୁଗ୍ଧ ଲିଟରପିଛା ଦାମ କଲିକତାରେ ୩୪ଟଙ୍କା ଥିବାବେଳେ ପୁନେରେ କୋଲହାପୁର ଡାଏରୀ ଟୋନଡ୍ ଦୁଗ୍ଧ ଲିଟରପିଛା ୩୭ଟଙ୍କା ଏବଂ ମୁମ୍ବାଇରେ ମହାନଦ ଡାଏରୀ ଦୁଗ୍ଧ ଲିଟରପିଛା ଦାମ ୩୭ଟଙ୍କା ରହିଛି । ରାଜସ୍ଥାନର ଜୟପୁର ମିଲ୍କ ୟୁନିୟନ ଦୁଗ୍ଧର ବିକ୍ରିମୂଲ୍ୟ ଲିଟର ପିଛା ୩୬ଟଙ୍କା ରଖିଥିବା ବେଳେ ଦୁଗ୍ଧଚାଷୀଙ୍କୁ ଏହାର ୭୫.୭୨%ବ ୨୪.୭୪ ଟଙ୍କା ହେଉଛି । ରାଜସ୍ଥାନରେ ଅଲୱାଲ ମିଲ୍କ ୨୪.୭୪ ଟଙ୍କା ହେଉଛି । ସେହିପରି ବିଭିନ୍ନ ରାଜ୍ୟରେ ଏହି ଦର ବଢିଛି । ସେହିପରି ଆନ୍ଧ୍ରପ୍ରଦେଶରେ ନାଲଗୋଣ୍ଡା ମିଲ୍କ ୟୁନିୟନ ଦୁଗ୍ଧର ବିକ୍ରିମୂଲ୍ୟ ଲିଟର ପିଛା ୪୦ ଟଙ୍କା ରଖିଥିବା ବେଳେ ଦୁଗ୍ଧଚାଷୀଙ୍କୁ ଏହାର ୨୧.୦୫ ଟଙ୍କା ଦେଉଛି । ମହାରାଷ୍ଟ୍ରର କୋଲହାପୁର ମିଲ୍କ ଯୁନିଅନ ଦୁଗ୍ଧର ବିକ୍ରିମୂଲ୍ୟ ଲିଟର ପିଛା ୩୭ଟଙ୍କା ରଖିଥିବା ବେଳେ ଦୁଗ୍ଧଚାଷୀ ଏହାର ୨୦.୫୦ଟଙ୍କା ଦେଉଛି । ବର୍ତ୍ତମାନ ବର୍ଦ୍ଧିତ ମୂଲ୍ୟ ଲାଗୁହେବା ପରେ ଓଡିଶାର ସମସ୍ତ ଜିଲ୍ଲାରେ ଓମଫେଡ୍ ର ବିକ୍ରିମୂଲ୍ୟ ଲିଟର ପିଛା ୩୨ଟଙ୍କା ହେବାବେଳେ ଦୁଗ୍ଧଚାଷୀଙ୍କୁ ଏହାର ୬୭.୫୩%ବା ୨୧.୬୧ଟଙ୍କା ଦିଆଯିବ ବୋଲି ଓମଫେଡ୍ ପକ୍ଷରୁ ପ୍ରଦତ୍ତ ସୂଚନାରୁ ଜଣାପଡିଛି ।

Share in top social networks!