ରାଜ୍ୟ ସରକାର ସମବାୟ ଆନ୍ଦୋଳନକୁ ହତ୍ୟା କରିଛନ୍ତି – ବିଜେପି ସମବାୟ ପ୍ରକୋଷ୍ଠ

MAP-8
ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ରାଜ୍ୟ ସରକାର ସମବାୟ ଆନ୍ଦୋଳନକୁ ସୁଚିନ୍ତିତ କରି ହତ୍ୟାକରି ଚାଲିଛନ୍ତି । ସରକାରୀ କଳର ଅନାବଶ୍ୟକ ହସ୍ତକ୍ଷେପ ଯୋଗୁଁ ସମବାୟ ସଂସ୍ଥାଗୁଡ଼ିକ ରୁଗଣ ହୋଇପଡିଛି । ସମବାୟ ଆନ୍ଦୋଳନ ବାଟ ହୁରୁଡିଯାଇଛି । ସମବାୟ ନିର୍ବାଚନକୁ ବନ୍ଦକରି ୯୭ ତମ ସମ୍ବିଧାନ ସଂଶୋଧନ ଦ୍ଵାରା ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଛି । ବିଜେପି ରାଜ୍ୟ ସମବାୟ ପ୍ରକୋଷ୍ଠ ଆନୁକୁଲ୍ୟରେ ଉଷଠିତ ସମବାୟବିତ୍ ମାନଙ୍କର ଏକ ବୈଠକରେ ଊକ୍ତ ମର୍ମରେ ଘୋର ଉଦବେଗ ପ୍ରକାଶ ପାଇଛି । ଉକ୍ତ ଉଦବେଗକୁ ପ୍ରକାଶ କରିବା ପାଇଁ ବିଜେପି ସମବାୟ ପ୍ରକୋଷ୍ଠରେ ଏକ ପ୍ରତିନିଧିଦଳ ରାଜ୍ୟ ଆବାହକ ଆଶିଷ ଦାସଙ୍କ ନେତୃତ୍ଵରେ ପୂର୍ବତନ ସମବାୟ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢୀ,ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡା,ସୁଶ୍ରୀ ସୁକେଶୀ ଓରାମ,ରାଜ୍ୟ ପ୍ରବକ୍ତା ସମୀର ମହାନ୍ତି ଓ ସଜ୍ଜନ ଶର୍ମା,ଗୋଲକ ମହାପାତ୍ର,ଜ୍ଞାନ ବେଉରିଆ ,ସଂଜୀବ ମହାନ୍ତି,କୃଷ୍ଣଚନ୍ଦ୍ର ମହାନ୍ତି ,ପର୍ଶୁରାମ ମହାନ୍ତି,ଶ୍ରୀରଞ୍ଜନ ମଙ୍ଗରାଜ ପ୍ରମୁଖ ରାଜ୍ୟ ସମବାୟ ନିର୍ବାଚନ କମିଶନଙ୍କୁ ଭେଟି ଶୀଘ୍ର ସମବାୟ ନିର୍ବାଚନ କରି ସମବାୟ ପ୍ରଦର ମୌଳିକ ଅଧିକାରକୁ ସମ୍ମାନ ଦେବାକୁ ଦାବି କରିଥିଲେ ।

Share in top social networks!