ପ୍ରତିଭା ରାୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ପ୍ରଖ୍ୟାତ ଔପନ୍ୟାସୀକା ଶ୍ରୀମତୀ ପ୍ରତିଭା ରାୟ ସମ୍ମାନ ଜନକ ଜ୍ଞାନପୀଠ ପୁରସ୍କାର ପାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି | ଏହା ଓଡିଶା ତଥା ଓଡିଆ ସାହିତ୍ୟର ଗୌରବ ବଢାଇଛି ବୋଲି ମୁଖ୍ୟମନ୍ତୀ ତାଙ୍କ ଅଭିନନ୍ଦନ ରେ କହିଛନ୍ତି |
Dr. Pratibha Roy
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମାଜରେ ନାରୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଲେଖନୀ ଚାଳନା କରି ଶ୍ରୀମତୀ ରାୟ ସଚେତନତା ସୃଷ୍ଟି କରିବା ଉଦ୍ୟମ କରିଛନ୍ତି | ଜ୍ଞାନ ପୀଠ ପୁରସ୍କାର ତାଙ୍କର ଦୀର୍ଘ ସାରସ୍ଵତ ସାଧନା ର ଏକ ଯଶସ୍ଵୀ ସ୍ଵୀକୃତି |

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀମତୀ ରାୟରେ ଦୀର୍ଘ ନିରାମୟ ଜୀବନ କାମନା କରିବା ସହିତ ଆଗାମୀ ଦିନରେ ତାଙ୍କର ଲେଖନୀ ଆହୁରି ଫଳପ୍ରଦ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି |

Share in top social networks!